ଆସିଲା ମାଙ୍କ ବିଦାୟ ବେଳା, ଦୁଇ ଦିନ ଧରି ମାଆ କାଳୀଙ୍କ ଭସାଣ ଉତ୍ସବ

ଯାଜପୁର (କେନ୍ଯୁଜ୍) : ଆଜିଠାରୁ ଯାଜପୁରରେ ଦୁଇ ଦିନ ଧରି ମାଆ କାଳୀଙ୍କ ଭସାଣ ଉତ୍ସବ । ବିଦାୟ ନେବେ ମାଆ । ମେଲାଣି ଦେବାକୁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ଏଥର ଯାଜପୁରରେ ଧୁମଧାମରେ ପାଳିତ ହୋଇଥିଲା କାଳୀ ପୂଜା । ପ୍ରତିଦିନ ସଂଧ୍ୟାରେ ଜମୁଥିଲା ଭିଡ଼ । ଜମୁଥିଲା ନାଚଗୀତର କାର୍ଯ୍ୟକ୍ରମ ।

jajpur

ଦର୍ଶକ ମଣ୍ଡପବୁଲି ପୂଜାର ମଜା ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଥିଲେ । ପୂଜାକମିଟିଗୁଡିକ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ନାମିଦାମୀ କଳାକାର ଯୋଗ ଦେଇଥିଲେ । ହ୍ୟୁମାନ ସାଗର, ଜେମ୍ସ, ଅସୀମା ପଣ୍ଡାଙ୍କ ବଲି କଳାକାର ସେମାନଙ୍କ କଣ୍ଠର ଯାଦୁ ଦେଖାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.