ପର୍ଣ୍ଣ ନୁହେଁ ଏରୋଟିକ ଫିଲ୍ମ ବନଉଥିଲେ ରାଜ: ଶିଳ୍ପା ସେଟ୍ଟୀ

ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତ ଅବଧି ବଢିବା ପରେ କ୍ରାଇମ ବ୍ରାଞ୍ଚର ଏକ ଟିମ ଶିଳ୍ପାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଂଚିଥିଲେ । ସେଠାରେ ଦୀର୍ଘ ସାଢେ ୫ ଘଣ୍ଟା ଧରି ଶିଳ୍ପାଙ୍କୁ ପଚରାଉଚୁରା କରିଥିଲେ ତଦନ୍ତକାରୀ ଦଳ ତଦନ୍ତ ସମୟରେ ଜଣାଯାଇଛିକି ଶିଳ୍ପାଙ୍କୁ ସ୍ୱାମୀଙ୍କ ଅଶ୍ଳୀଳ ଫିଲ୍ମ କାରବାର ବାବଦରେ ପୂର୍ବରୁ କିଛି ଜଣାନଥିଲା ଏଭିତରେ ଶିଳ୍ପା ଦେଇଥିବା ଏକ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛିଶିଳ୍ପା ଦାବି କରିଛନ୍ତିକି ହଟଷ୍ଟାରର ଓଟିଟି ପ୍ଲାଟ୍ଫର୍ମରେ ରିଲିଜ ହୋଇଥିବା ଅନ୍ୟାନ ଫିଲ୍ମ ତୁଳନାରେ ରାଜ କରିଥିବା ଫିଲ୍ମରେ ଅଶ୍ଳୀଳତା କମ ରହିଛି ଆଉ ଏହା ସହ ଶିଳ୍ପା କହିଛନ୍ତିକି ରାଜ ଅଶ୍ଳୀଳ ନୁହେଁ ବରଂ ଏରୋଟିକ ଫିଲ୍ମ ନିର୍ମାଣ କରୁଥିଲେ |

ଖାଲି ଏତିକି ନୁହେଁ ଶିଳ୍ପା ଆହୁରି କିଛି କହିଛନ୍ତି । ଗୋଟେ ପଟେ ପୋଲିସ ଦାବି କରିଛିକି ରାଜ କୁନ୍ଦ୍ରା ଏମିତି ଏକ ରାକେଟର ମାଷ୍ଟରମାଇଂଡ ଥିଲେ ଆଉ “ହଟ ସଟ୍ସ ” ନାମକ ଏକ ଆପର ଆରମ୍ଭ କରି ୨୦୧୯ରେ ଭିଣୋଇ ପ୍ରଦୀପ ବରଖିଙ୍କୁ ଏହାକୁ ବିକି ଦେଇଥିଲେ | ଆଉ ଏହାପରେ ମୁମ୍ବାଇରୁ ହିଁ ସମସ୍ତ କାରବାର ଚଳାଇ ଆସୁଥିଲେ ରାଜ ଯେବେକି ଶିଳ୍ପା ନିଜ ବୟାନରେ କହିଛନ୍ତିକି ଭିଣୋଇ ପ୍ରଦୀପ ବରଖି ଏହି ଧନ୍ଦା ସହିତ ଜଡିତ ଥିଲେ ତାଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଷ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.