ୱେଲ ମାର୍କଡ ଲୋପ୍ରେସରରେ ପରିଣତ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ,କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳର ବର୍ଷା

କେନ୍ୟୁଜ୍(ବ୍ୟୁରୋ): ପୁଣି ଲଘୁଚାପ ସମ୍ଭାବନା । ଆସନ୍ତା ୨୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସଗାରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ୱେଲ ମାର୍କଡ ଲୋପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟ ସାରା ବିକ୍ଷିପ୍ତ ବର୍ଷା ହୋଇଛି। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳର ବର୍ଷା ହୋଇଛି।

ଗତ ୨୪ ଘଣ୍ଟାରେ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଠାରେ ସର୍ବାଧିକ ୧୫୫ମିମି ବର୍ଷା ରେକର୍ଡ ହୋଇଛି। ଲଘୁଚାପ ବର୍ଷା ପ୍ରଭାବରେ ନିଅଣ୍ଟିଆ ବର୍ଷା ସାମାନ୍ୟ ଭରଣା ହୋଇଛି। ବର୍ତ୍ତମାନ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ ୧ରୁ ଜୁଲାଇ ୨୧ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ୧୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୮୭.୯ ମିମି ବର୍ଷା ହୋଇଥିବା ବେଳେ ଯାଜପୁରରେ ୪୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.