ଆମ୍ବ ଖାଆନ୍ତୁ କିନ୍ତୁ ଟିକେ ଜଗିରଖି, ଅଧିକ ଖାଇଲେ ଦେଖାଦେଇପାରେ ଏସବୁ ସାଇଡ୍ ଇଫେକ୍ଟ
ଖରାଦିନେ ବଜାରରେ ଆମ୍ବର ପସରା ଦେଖିବାକୁ ମିଳେ। ଏହି ଋତୁରେ ଆମ୍ବର ଦାମ୍ ଅନ୍ୟ ଦିନ ଅପେକ୍ଷା ଅପେକ୍ଷାକୃତ କମ୍ ହୋଇଥିବାରୁ ଲୋକମାନେ ମଧ୍ୟ ଦରକାର ଠାରୁ ଅଧିକ ଆମ୍ବ କିଣିନିଅନ୍ତି। ଫଳରେ ଅଧିକ ପରିମାଣର ଆମ୍ବ ଖାଇଥାନ୍ତି। ଆମ୍ବରେ ଭିଟାମିନ୍ ଏ, ବି, ସି, ଇ, କେ ବ୍ୟତୀତ ଜରୁରୀ ମିନେରାଲ୍ସ ବି ରହିଛି। କିନ୍ତୁ ପ୍ରତ୍ୟେକ ଜିନିଷକୁ ଆବଶ୍ୟକତାଠାରୁ ଅଧିକ ଖାଇବା କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଅଧିକ ଆମ୍ବ ଖାଇଲେ ଦେଖାଯାଉଥିବା ସାଇଡ୍ ଇଫେକ୍ଟ ସମ୍ପର୍କରେ…
- ଆମ୍ବରେ ସୁଗାରର ପରିମାଣ ଅଧିକ ପରିମାଣରେ ରହିଥାଏ। ଏଣୁ ମଧୁମେହ ରୋଗୀ ଖରାଦିନେ ଜଗି ରଖି ଆମ୍ବ ଖାଇବା ଉଚିତ୍। ଜମା ନ ଖାଇଲେ ବି ଆହୁରି ଭଲ।
- ଆମ୍ବ ଏକ ଗରମ ଫଳ। ଏହାକୁ ଖାଇବା ଦ୍ୱାରା ଦେହ ଗରମ ହୋଇଯାଏ, ଫଳରେ କୁଣ୍ଡାଇ ହୋଇ ବ୍ରଣ ହେବା ଆଶଙ୍କା ରହିଛି।
- ଆମ୍ବର ନଶିରୁ ବାହାରୁଥିବା ତରଳ ପଦାର୍ଥ ଚର୍ମରେ ଲାଗିଲେ କୁଣ୍ଡାଇ ହୋଇ ଫୋଟକା ଭଳି ହୋଇଯାଏ। ଏଣୁ ଆମ୍ବ ଖାଇବା ପୂର୍ବରୁ ତାହାକୁ ପରିଷ୍କାର କରି ଧୋଇଦିଅନ୍ତୁ। ନଚେତ୍ ପାଟିରେ ଘା’ ହେବା ଆଶଙ୍କା ରହିଛି।
- ଅଧିକ ଆମ୍ବ ଖାଇଲେ ପେଟ କାଟିବା ସହ ପତଳା ଝାଡ଼ା ହେବା ଆଶଙ୍କା ରହିଛି।
- ଆମ୍ବରେ ପ୍ରଚୁର ପରିମାଣର କ୍ୟାଲୋରୀ ରହିଛି। ଏଣୁ ଅତ୍ୟଧିକ ଆମ୍ବ ଖାଇଲେ ଓଜନ ବଢ଼ିବା ଆଶଙ୍କା ରହିଛି।