ଇ-କମର୍ସ ପ୍ଲାଟଫର୍ମରେ ଶସ୍ତାଦାମରେ ବିକ୍ରି ହେଉଛି iPhone 12 mini ସ୍ମାର୍ଟଫୋନ, ୧୨ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ

ଅନଲାଇନ ସପିଂ େଓ୍ଵବସାଇଟ ତଥା ଇ-କମର୍ସ ପ୍ଲାଟଫର୍ମରେ ଅମାଜନ ଏବଂ ଫ୍ଲିପକାର୍ଟରେ ଦମଦାର ସେଲିଂ ଅଫର ଆରମ୍ଭ ହୋଇଛି। ଏହି ସେଲରେ ଅନେକ ଲୋକପ୍ରିୟ ସ୍ମାର୍ଟଫୋନକୁ ଶସ୍ତା ଦାମରେ ବିକ୍ରି କରା ହେଉଛି। ଏବେ ସବୁଠୁ ଅଧିକ ଡିମାଣ୍ଡରେ ଥିବା iPhone 12 mini ସ୍ମାର୍ଟଫୋନରେ ଜବରଦସ୍ତ ଡିସକାଉଣ୍ଟ ଅଫର ଦିଆଯାଇଛି।

Flipkart Big Savings Days ସେଲରେ ଏହି ଫୋନରେ ୧୭% ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ଦିଆଯିବ। ଏହାଦ୍ୱାରା ଫୋନର ଦାମ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କମିବ। iPhone 12 mini ଫୋନର ପ୍ରକୃତ ଦାମ ରହିଛି ୬୯,୯୦୦ ଟଙ୍କା। 64 ଜିବି ଭାରିଏଣ୍ଟର ଦାମ ଏହା ରଖାଯାଇଛି। ଏହି ଡିସକାଉଣ୍ଟ ବ୍ୟତିତ 128 ଜିବି ଭାରିଏଣ୍ଟ ୬୨,୯୯୯ ଟଙ୍କା ରହିଥିବା ବେଳେ 256 ଜିବି ଭାରିଏଣ୍ଟ ୭୨,୯୯୯ ଟଙ୍କା ରଖାଯାଇଛି।

iPhone 12 mini ୩ଟି କଲର ଅପସନରେ ଆସିବ। ଏହା ବ୍ଲାକ, ବ୍ଲୁ ଏବଂ ଗ୍ରୀନ କଲରରେ ଉପଲବ୍ଧି ହେବ। ଫୋନରେ କମ୍ପାନୀର ସବୁଠୁ ପାଓ୍ଵାରଫୁଲ A14 Bionic ପ୍ରୋସେସର ଏବଂ ଫିଚର୍ସ ରହିଛି। ଫୋନ ଦୁଆଲ ସିମ 5G କନେକ୍ଟିଭିଟି ସହ ବଜାରକୁ ଆସିଛି। ଏଥିରେ 5.4 ଇଞ୍ଚର ଡିସପ୍ଲେ ଦିଆଯାଇଛି। ଯେଉଁଥିରେ ସିରେମିକ ସିଲ୍ଡ ଗ୍ଲାସ ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.