ଶୁଣ୍ଢରେ ମକାକୁ ଛଡ଼ାଇ ଛଡ଼ାଇ ଖାଉଛି ହାତୀ, ଦେଖନ୍ତୁ ମଜାଦାର ଭିଡିଓ
ସୋସିଆଲ ମିଡିଆରେ ପ୍ରାୟତଃ ହାତୀଙ୍କ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସମସ୍ତଙ୍କୁ ହାତୀ ପସନ୍ଦ ଓ ବେଳେବେଳେ ହାତୀଙ୍କ କାମ ବି ଖୁବ୍ ମଜା ଲାଗେ। ତେବେ ଏବେ ସୋସିଆଲ ମିଡିଆରେ ହାତୀର ସେଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି କହିବେ କ୍ୟୁଟ୍। କାରଣ ଭିଡିଓରେ ହାତୀ ଶୁଣ୍ଢରେ ମକାର ଚୋପା ଛଡ଼ାଇ ଛଡ଼ାଇ ଖାଉଥିବା ଦେଖାଯାଇଛି।
ଦେଖନ୍ତୁ ଭିଡିଓ:
Maize is one of their favourite foods #elephantspic.twitter.com/9uJA19tlZA
— Sudha Ramen IFS 🇮🇳 (@SudhaRamenIFS) July 21, 2021
ହାତୀର ଏହି ଭିଡିଓକୁ ଆଇଏଫ୍ଏସ୍ ସୁଧା ରମଣ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଏକ ହାତୀଟି ମନ ଖୁସିରେ ପାଦ ଓ ଶୁଣ୍ଢ ସାହାଯ୍ୟରେ ମକାକୁ ଛଡ଼ାଇ ଛଡ଼ାଇ ଖାଉଛି। ଭିଡିଓରେ ହାତୀର ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଏହି ଭିଡିଓକୁ ସେୟାର କରି ସୁଧା କ୍ୟାପସନ୍ରେ ଲେଖିଛନ୍ତି, ‘ସେମାନଙ୍କର ଏକ ପ୍ରିୟ ଖାଦ୍ୟ ହେଉଛି ମକା’। ମାତ୍ର ୧୫ ସେକେଣ୍ଡର ଏହି ଭିଡିଓକୁ ଏବେ ଯାଏଁ ୫୧ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ସେହିପରି ଭିଡିଓରେ ୨ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳିଛି। ହାତୀର ବୁଦ୍ଧିମତାକୁ ସମସ୍ତେ ଖୁବ୍ ପସନ୍ଦ କରିଛନ୍ତି।