ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମମତା ବାନାର୍ଜୀ, ଯାହାକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା

ଦିଲ୍ଲୀ (କେନ୍ଯୁଜ ବ୍ଯୁରୋ):  ଦିଲ୍ଲୀରେ ଦିଦି । ଦିଦିଙ୍କ ଗସ୍ତକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା । ୪ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମମତା ବାନାର୍ଜୀ । ରାଜ୍ୟ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ଟାରେ ଏହି ବୈଠକ ରହିଥିବା ଜଣାପଡିଛି । ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମମତା ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତାଙ୍କ ୪ ଦିନିଆ ଗସ୍ତରେ ବିଜେପି ବିରୋଧୀ ସାମ୍ମୁଖ୍ୟର ରୂପରେଖ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ଅନ୍ତରିଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଭେଟି ମମତା ବାନାର୍ଜୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

କେବଳ ସେତିକି ନୁହେଁ ଏନସିପି ମୁଖ୍ୟ ଶରଦ ପୱାରଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ବିରୋଧରେ ସାମ୍ମୁଖ୍ୟ ଗଠନ ପାଇଁ ମମତା ବାନାର୍ଜୀ ଡାକିଥିବା ବୈଠକରେ କଂଗ୍ରେସ, ଏନସିପି ସମେତ ପ୍ରାୟ ୧୦ଟି ଦଳର ନେତା ସାମିଲ ହେବେ । ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ମଧ୍ୟ ବିଜେପି ବିରୋଧୀ ସାମ୍ମୁଖ୍ୟ ଗଠନ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.