ଏମିତି ଏକ ହୋଟେଲ ନା ଅଛି ଛାତ ନା ଅଛି ପାଚେରି, ତଥାପି କପଲଙ୍କ ପାଇଁ ସବୁଠୁ ଉତ୍ତମ ସ୍ଥାନ

ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ ବନାନୀ ମଧ୍ୟରେ ଥିବା ନିରୋଳା ଜାଗା। ଏହାକୁ କପଲମାନେ ସବୁଠୁ ଅଧିକ ପସନ୍ଦ କରନ୍ତି। ଏଠାରେ କେହି ହଇରାଣ କରିବାକୁ ନ ଥାନ୍ତି କି କୌଣସି ପ୍ରକାର ମାନସିକ ଚିନ୍ତା ନଥାଏ । ଏଥିପାଇଁ ଏକ ସୁନ୍ଦର ହୋଟେଲକୁ ବାଛିଥାନ୍ତି। ମାତ୍ର ଆଜି ଏମିତି ଏକ ହୋଟେଲ ବିଷୟରେ କହିବୁ, ଯେଉଁଠି ଛାତ ନାହିଁ କି ପାଚେରି ନାହିଁ। ତଥାପି ଏହି ସ୍ଥାନରେ କପଲ ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି ଯେଉଁଥି ପାଇଁ କପଲଙ୍କ ପାଇଁ ସବୁଠୁ ଉତ୍ତମ ସ୍ଥାନ ବୋଲି କୁହାଯାଏ ।

ଏହି ହୋଟେଲର ନାମ ହେଉଛି ‘ନଲ୍‌ ଷ୍ଟର୍ନ’। ଏହା ସୁଇଜରଲାଣ୍ଡରେ ଅଛି। ଏହା ଏକ ଓପର ଏୟାର ହୋଟେଲ୍‌। ଯେଉଁଥିରେ କେବଳ କୋଠରି ଅଛି। ଏଠାରେ ରହୁଥିବା ଲୋକଙ୍କୁ ଖୋଲାରେ ଶୋଇବାକୁ ପଡ଼େ। ଜୁଲାଇ ୨୦୧୬ରେ ଏଠାରେ ଗୋଟିଏ ବେଡ୍‌ ସହ ହୋଟେଲଟି ଲଞ୍ଚ୍‌ ହୋଇଥିଲା।

zero star

ସମୁଦ୍ର କୂଳରୁ ୬,୪୬୩ ଫୁଟ ଉଚ୍ଚରେ ଥିବା ଏହି ହୋଟେଲରେ ଗୋଟିଏ ରାତି ରହିବାକୁ ୧୭୦୦୦ ଟଙ୍କା ଦେବାକୁ ପଡ଼ିଥାଏ। ମାତ୍ର ଏଠାରେ ରହିବାକୁ ହେଲେ ଉତ୍ତମ ଋତୁ ଦରକାର। ଠିକ୍‌ ଋତୁ ହେଲେ ବୁକିଂ କ୍ୟାନସେଲ୍‌ କରିଦିଆଯାଏ। ଆର୍ଟିଷ୍ଟ ଫ୍ରେକ୍‌ ଏବଂ ରିକଲିନ୍‌ ଏହି ହୋଟେଲ ନିର୍ମାଣ କରିଛନ୍ତି। ଏହି ହୋଟେଲରେ ଖୋଲା ଆକାଶ ତଳେ ବେଡ୍‌ ରହିଛି। ଏଠାରେ ଟଏଲେଟ୍‌ ବି ନାହିଁ। ପର୍ଯ୍ୟଟକମାନେ ଏଠାରୁ କିଛି ଦୂରରେ ଥିବା ସାଧାରଣ ଟଏଲେଟ୍‌ ବ୍ୟବହାର କରିଥାନ୍ତି ।

Null-Stern-Hotel_

ଚତୁଃପାର୍ଶ୍ୱରେ ପାହାଡ଼ ଘେରା ଏହି ସ୍ଥାନ ବହୁତ ସୁନ୍ଦର। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପ୍ରଥମେ ବୁକ୍‌ କରିବାକୁ ପଡ଼ିଥାଏ। କରୋନା ମହାମାରୀ ସମୟରେ ବୁକିଂ ବନ୍ଦ କରିଦିଆଯାଇଛି। ଏହାର ସୂଚନା ହେଟେଲର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଅପଲୋଡ୍‌ କରିଦିଆଯାଇଛି। ଏଥିରେ ଲେଖାଅଛି, ୨୦୨୧ରେ ହୋଟେଲ ପାଇଁ ବୁକିଂ ହୋଇପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.