ଖୁସି ଖବର! ଗୃହ ଋଣ ଉପରେ ଅଗଷ୍ଟ ୩୧ ଯାଏଁ ପ୍ରୋସେସିଂ ଫିସ୍ ଛାଡ଼ କଲା SBI
ଅଗଷ୍ଟ ମାସର ଗୃହ ଋଣ ଉପରେ ପ୍ରୋସେସିଂ ଚାର୍ଜ ଛାଡ଼ କରିବ ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI)। ଏନେଇ SBI ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଅଗଷ୍ଟ ଶେଷ ଯାଏଁ ଗ୍ରାହକଙ୍କୁ ଆଉ ଏହି ଅର୍ଥ ପୈଠ କରିବାକୁ ପଡିବନାହିଁ।
ବ୍ୟାଙ୍କର କହିବାନୁସାରେ, ବର୍ତ୍ତମାନ ଗୃହ ଋଣ ଉପରେ ପ୍ରୋସେସିଂ ଫିସ୍ ୦.୪୦ ପ୍ରତିଶତ ରହିଛି। ମନସୁନ ଧମାକା ଅଫରରେ ସମସ୍ତ ଗ୍ରାହକଙ୍କୁ ଏହି ଶୁଳ୍କ ଛାଡ଼ କରାଯାଇଥିବା କହିଛି ଏସବିଆଇ। ତେବେ ଏହି ଅଫର ସୀମିତ ସମୟ ପାଇଁ ହିଁ ଲାଗୁ ହେବ। ଅଗଷ୍ଟ ପରେ ଗ୍ରାହକ ଏହି ଅଫରର ଲାଭ ଉଠାଇ ପାରିବେ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
SBI ତରଫରୁ କୁହାଯାଇଛି ଯେ ବର୍ତ୍ତମାନ ଏସବିଆଇର ଗୃହ ଋଣ ପାଇଁ ସୁଧ ୬.୭୦ ପ୍ରତିଶତରୁ ଆରମ୍ଭ ହେଉଛି। ଏଣୁ ଘର ନେବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ୟା ଠୁ ଭଲ ସୁଯୋଗ ଆଉ କିଛି ହୋଇନପାରେ। ଏହା ଅଗଷ୍ଟ ୩୧ ଯାଏଁ ଚାଲିବ।