ଶିଳ୍ପା ସେଟ୍ଟୀଙ୍କ ପାଇଁ ଏତେ ବଡ଼ କାମ କଲେ ରବିନା ଟଣ୍ଡନ, ନେଲେ ବଡ଼ ନିଷ୍ପତ୍ତି

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ଖୁବ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଏହାର ପ୍ରଭାବ ଶିଳ୍ପାଙ୍କ କ୍ୟାରିୟର ଉପରେ ବି ପଡ଼ିଛି। ସେ ଡ୍ୟାନ୍ସ ରିଆଲିଟି ଶୋ’ସୁପର ଡ୍ୟାନ୍ସ ୪ରୁ ଗାୟବ ଅଛନ୍ତି। ଏଣୁ ତାଙ୍କ ଜାଗାରେ ନୂଆ ଜଜ୍ ଖୋଜା ହେଉଛନ୍ତି। ଶିଳ୍ପାଙ୍କ ସ୍ଥାନରେ ରବିନା ଟଣ୍ଡନଙ୍କୁ ଜଜ୍ ପାଇଁ ଅଫର ମିଳିଥିଲା। କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ରବିନାଙ୍କୁ ଶିଳ୍ପାଙ୍କ ସ୍ଥାନରେ ନେବାକୁ ଶୋ’ ନିର୍ମାତା ଅଫର ଦେଇଥିଲେ ମଧ୍ୟ ସେ ମନା କରିଦେଇଛନ୍ତି। ରବିନା କହିଛନ୍ତି ଯେ ଏହି ଶୋ’ ଶିଳ୍ପାଙ୍କୁ ବିଲଙ୍ଗ କରୁଛି। ଶିଳ୍ପା ହିଁ ଶୋ’ର ପରିଚୟ। ଏଣୁ ସେ ତାଙ୍କ ସ୍ଥାନ ନେବାକୁ ଚାହୁଁ ନାହାନ୍ତି। ଶିଳ୍ପା ହିଁ ଶୋ’କୁ ଆଗକୁ ନିଅନ୍ତୁ ବୋଲି ରବିନା ଇଚ୍ଛା କରିଛନ୍ତି।

ସୂଚନାଯୋଗ୍ୟ ଯେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ପର୍ଣ୍ଣଗ୍ରାଫି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ରାଜ ଗିରଫ ହେବା ପରଠୁ ଶିଳ୍ପା ଶୋ’କୁ ସୁଟିଂ ପାଇଁ ଆସୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.