ଶ୍ରାବଣ ଶିବରାତ୍ରି ବ୍ରତ ଦିନ ଭୁଲରେ ବି କରନ୍ତୁନି ଏସବୁ କାମ, କ୍ରୋଧ କରିବେ ମହାଦେବ

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଧର୍ମ ମାସର ଆଖ୍ୟା ଦିଆଯାଇଛି। ଏହି ମାସରେ ଶିବ ଭକ୍ତମାନେ ବିଧି ପୂର୍ବକ ମହାଦେବଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଫଳରେ ଦେବ ଦେବ ମହାଦେବ ତାଙ୍କର ସବୁ ମନୋକାମନା ପୂରଣ କରିଥାନ୍ତି। ତେବେ ଶ୍ରାବଣ ଶିବରାତ୍ରିରେ କେତେକ କାମ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଆସନ୍ତୁ ଜାଣିବା କଣ ସେହି କାମ…

ଶ୍ରାବଣ ଶିବରାତ୍ରି ପୂଜା ମୁହୂର୍ତ୍ତ:

ଚତୁର୍ଦ୍ଦଶୀ ତିଥି ଆରମ୍ଭ- ୬ ଅଗଷ୍ଟ ସନ୍ଧ୍ୟା ୬.୨୮
ଚତୁର୍ଦ୍ଦଶୀ ତିଥି ଶେଷ- ୭ ଅଗଷ୍ଟ ସନ୍ଧ୍ୟା ୭.୧୧
ପାରଣ- ୮ ଅଗଷ୍ଟ ସକାଳ ୫.୪୬ରୁ ଅପରାହ୍ନ ୩.୪୫

  • ଶ୍ରାବଣ ଶିବରାତ୍ରିରେ କଳା ବସ୍ତ୍ର ପରିଧାନ କରିବା ମନା।
  • ଏହିଦିନ ବ୍ୟକ୍ତି ଆଦୌ କ୍ରୋଧ କରିବା କଥା ନୁହେଁ। ମହାଦେବ ଅସନ୍ତୁଷ୍ଟ ହେବେ।
  • ଶ୍ରାବଣ ଶିବରାତ୍ରିରେ କୌଣସି ଖଟା ଜିନିଷ ଖାଇବା ଅନୁଚିତ।
  • ଏହି ଦିନ ବ୍ୟକ୍ତି ନିଜ ମନରେ କୌଣସି ଖରାପ କଥା ଆଣିବା ଉଚିତ ନୁହେଁ।
  • ଶିବରାତ୍ରିରେ ତାମସିକ ଖାଦ୍ୟ ସେବନରୁ ନିବୃତ ରୁହନ୍ତୁ।
  • ଏହିଦିନ ଘରେ ଶାନ୍ତି ବଜାୟ ରଖନ୍ତୁ। ମହାଦେବ ଖୁସି ହୋଇ ଆଶୀର୍ବାଦ ବର୍ଷା କରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.