Below header

ଅଲମ୍ପିକ ବିଜୟିନୀ ମୀରାବାଇ ଚାନୁଙ୍କ ଜୀବନୀକୁ ନେଇ ତିଆରି ହେବ ଫିଲ୍ମ, ନିଜେ ୱେଟଲିଫ୍ଟର ଦେଲେ ଅନୁମତି

ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ଜିତି ଦେଶର ନାଁ ରଖିଥିବା ୱେଟ ଲିଫ୍ଟର ମୀରାବାଇ ଚାନୁଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ। ଚାନୁଙ୍କ ଜୀବନୀକୁ ନେଇ ଏକ ମଣିପୁରୀ ଫିଲ୍ମ ହେବ। ଏନେଇ ଶନିବାର ଦିନ ଚାନୁ ଓ ଇମ୍ଫାଲର ସେଓତି ଫିଲ୍ମସ ପ୍ରଡକ୍ସନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ନିର୍ମାଣ କମ୍ପାନୀର ଅଧ୍ୟକ୍ଷ ମନାଓବି ଏମ୍ ଏମ୍ ଙ୍କ ତରଫରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ସେ କହିଛନ୍ତି, ଏହି ଫିଲ୍ମକୁ ଇଂରାଜୀ ଓ ଅନ୍ୟ ଭାଷାରେ ଡବିଂ କରାଯିବ।

ମନାଓବି କହିଛନ୍ତି, ଆମେ ଏବେ ଜଣେ ଏଭଳି ଝିଅ ଖୋଜୁଛୁ ଯିଏ ଅବିକଳ ମୀରାବାଇ ଚାନୁଙ୍କ ଭୂମିକାରେ ଅଭିନୟ କରିପାରିବ। ସେ ଦେଖିବାକୁ ବି କିଛି କିଛି ତାଙ୍କ ଭଳି ହୋଇଥିବା ଦରକାର। ଏହା ପରେ ତାଙ୍କୁ ଚାନୁଙ୍କ ଜୀବନ ଶୈଳୀ ବିଷୟରେ ଟ୍ରେନିଂ ଦିଆଯିବ। ସୁଟିଂ ଆରମ୍ଭ ହେବାକୁ ଆହୁରି ୬ ମାସ ଲାଗିବ ବୋଲି ଫିଲ୍ମ ନିର୍ମାତା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.