ସମ୍ବର୍ଦ୍ଧିତ ହେବେ ଓଡ଼ିଶାର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ

ବରଗଡ଼ (କେନ୍ୟୁଜ୍‌) : ବରଗଡ଼ ଜିଲ୍ଲା ପାଣିମୋରା ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ୧୦୨ ବର୍ଷୀୟ ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ଆସନ୍ତା ୯ ତାରିଖ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ସମ୍ବର୍ଦ୍ଧିତ କରିବେ ।
ବରଗଡ ଜିଲ୍ଲା ପାଣିମୋରା ଗାଁର ଜିତେନ୍ଦ୍ରୀୟ ପ୍ରଧାନ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ତେବେ କରୋନା କଟକଣା ପାଇଁ ବରଗଡ ଜିଲ୍ଲାପାଳ ସେହିଦିନ ଜିତେନ୍ଦ୍ରୀୟଙ୍କ ପାଣିମୋରା ବାସଭବନକୁ ଆସି ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।

PANIMORA-2

୧୯୪୨ ଭାରତଛାଡ଼ ଆନ୍ଦୋଳନରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପାଣିମୋରା ଗାଁର ଶହ ଶହ ଲୋକ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଏହି ଗାଁକୁ ସମସ୍ତେ ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମ ବୋଲି କୁହନ୍ତି । ଏମାନଙ୍କ ମଧ୍ୟରୁ ୩୨ଜଣଙ୍କୁ କାରାଦଣ୍ଡ ଦିଆଯାଇଥିଲା । ସେହି ୩୨ଜଣ ସଂଗ୍ରାମୀଙ୍କ ମଧ୍ୟରୁ ୩୧ଜଣ ଆଉ ଏ ଦୁନିଆରେ ନାହାନ୍ତି ।

କେବଳ ଜଣେ ଜିତେନ୍ଦ୍ରୀୟ ପ୍ରଧାନ ଜୀବିତ ଅଛନ୍ତି । ବୟସର ଅପରାହ୍ନରେ ରହିଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର ସରକାର ସମ୍ବର୍ଦ୍ଧନା ଦେବାକୁ ଯାଉଥିବାରୁ ତାଙ୍କ ଦାୟାଦ ଓ ଗ୍ରାମବାସୀ ଖୁବ ଗର୍ବ ଅନୁଭବ କରୁଛନ୍ତି ।

PANIMORA-3

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.