ଆସୁଛି ଜିଓମିର ସବୁଠୁ ଶସ୍ତା ଫୋନ, ଫିଚର୍ସ ରହିଛି ଜବରଦସ୍ତ, ଜାଣନ୍ତୁ

ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖିବା ସହିତ କରୋନା ସମୟକୁ ଧ୍ୟାନରେ ରଖି ବଜାରରେ ନୂଆ ସ୍ମାର୍ଟଫୋନ ଲଞ୍ଚ ହେଉଛି । ତାହା ବି ପୁଣି ଖୁବ ଶସ୍ତାରେ । ୫ରୁ ୧୦ ହଜାର ମଧ୍ୟରେ ଆପଣ ଏବେ ବେଷ୍ଟ ସ୍ମାର୍ଟଫୋନ କିିଣିପାରିବେ ।

ଜିଓମି ପକ୍ଷରୁ ଏହି ଦମଦାର ଅଫର ଆରମ୍ଭ ହୋଇଛି । ଏହାସହ ସାମସଙ୍ଗ ମଧ୍ୟ ନିଜର ଶସ୍ତା ଫୋନ ଲଞ୍ଚ କରୁଛି । ତେବେ ଜିଓମିର Redmi Note 9 ଫୋନର ଦାମ ମାତ୍ର ୧୨ ହଜାର ଟଙ୍କା । ରେଡମି ନୋଟ ୯ ସ୍ମାର୍ଟଫୋନ ରେ 4GB+64GB ଭାରିଏଣ୍ଟର ଦାମ ୧୧,୯୯୯ ଟଙ୍କା ରଖାଯାଇଛି । ଏହି ଫୋନ 6.53 ଇଞ୍ଚର ହୋଇଥିବା ବେଳେ ଫୁଲଏଚଡି+ ଡିସପ୍ଲେ ଏବଂ MediaTek Helio G85 ପ୍ରୋସେସର ରହିଛି । ଫଟୋଗ୍ରାଫୀ ପାଇଁ ଏହି ଫୋନ ସବୁଠ ୁ ବେଷ୍ଟ ।

ଏହି ଫୋନେ 48MP + 8MP + 2MP + 2MP ର କ୍ୱାଡ ରିୟର ଦିଆଯାଇଛି । 13MP ର ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଇଛି ।

ଏହାବ୍ୟତିତ Realme Narzo 20 , Poco M3 ଓ Samsung Galaxy M02s ର ଦାମ ୧୨ହଜାର ଟଙ୍କା ମଧ୍ୟରେ ରଖାଯାଇଛି । ତେବେ ଜଲଦି ଏହି ଫୋନର ଫାଇଦା ଉଠାନ୍ତୁ । କରୋନା ସମୟରେ ଲୋକଙ୍କ ବଜେଟକୁ ଦୃଷ୍ଟିରେ ରଖି ଏହି ଦାମ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.