ଆଫଗାନିସ୍ତାନ: କ୍ରୁରତାରେ ଶେଷ ସୀମା ପାର୍ କଲେ ତାଲିବାନୀ ଆତଙ୍କୀ, ଟାଇଟ ପୋଷାକ ପିନ୍ଧିଥିବାରୁ ଯୁବତୀଙ୍କୁ ଗୁଳି କରି ହତ୍ଯା

ଆଫଗାନିସ୍ତାନରେ ତାଲିବାନ କବ୍‌ଜା ପରେ ମହିଳାଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା ତାହାର ସତ ହେବାରେ ଲାଗିଛି। ମହିଳାଙ୍କ ଉପରେ ଜୁଲମ କରିବା ଆରମ୍ଭ କରିଦେଇଛି ତାଲିବାନ। ଟାଇଟ୍ ପୋଷାକ ପିନ୍ଧିଥିବା ଏବଂ ତାଙ୍କର କୌଣସି ପୁରୁଷ ବନ୍ଧୁ ନଥିଲା ବୋଲି ମହିଳାଙ୍କୁ ହତ୍ୟା କରିଛନ୍ତି ତାଲିବାନୀ ଆତଙ୍କୀ।

ରିପୋର୍ଟ ଅନୁସାରେ, ତାଲିବାନ ଅଧିନରେ ଥିବା ବଲ୍‌ଖର ପ୍ରାନ୍ତର ସମର କାନ୍ଦିଆନ୍ ଗାଁରେ ଏହି ମହିଳା ଜଣକ ଟାଇଟ୍ ପୋଷାକ ପିନ୍ଧିଥିଲେ ଓ ସାଙ୍ଗରେ କୌଣସି ପୁରୁଷ ବନ୍ଧୁ ନଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ମହିଳାଙ୍କୁ ଗୁଳି କରି ହତ୍ୟା କରିଛି ତାଲିବାନ। ତେବେ ଆକ୍ରମଣ ସମୟରେ ବୁର୍ଖା ପିନ୍ଧିଥିଲେ ବୋଲି ପୋଲିସ କହିଛି। ପୋଲିସର ସୂଚନା ଅନୁସାରେ, ୨୧ ବର୍ଷୀୟା ମହିଳା ନାଜାନିନ୍‌ ଘରୁ ବାହାରି ମଜାର- ଏ- ସରିଫ ଯିବା ପାଇଁ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ତାଲିବାନୀ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ।

ତାଲିବାନି ନିୟନ୍ତ୍ରଣରେ ଥିବା ଆଫଗାନ ନାଗରିକ କହିଛନ୍ତି ଏମିତି ପୋଷାକ ପିନ୍ଧି ବାହାରିବାଙ୍କୁ ମହିଳାଙ୍କୁ ବାରଣ କରାଯାଇଛି। ଆମେରିକା ସାନ୍ୟ ପ୍ରତ୍ୟାହାର କରିବା ନେଇ ଘୋଷଣା କରିବା ପରେ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଗତକାଲି ଆମେରିକା ବାୟୁସେନାର ସହଯୋଗରେ ଆଫଗାନିସ୍ତାନ ସରକାର ୫୭୨ରୁ ଅଧିକ ଆତଙ୍କବାଦୀ ସଫା କରିଥିଲେ। ଏନେଇ ଆଫଗାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

Leave A Reply

Your email address will not be published.