PM Ujjwala Yojana ୨ୟ ଭାଗର ଶୁଭାରମ୍ଭ, ପୁଣି ଥରେ ବିପିଏଲ ପରିବାର ମହିଳାଙ୍କୁ ମିଳିବ LPG ଗ୍ୟାସ ସିଲିଣ୍ଡର

ପ୍ରଧାନମନ୍ତ୍ରୀ ମୋଦୀ ଗରିବଙ୍କ ସହାୟତା କରିବା ପାଇଁ ଅନେକ ଯୋଜନା କରୁଛନ୍ତି । ଏସବୁ ମଧ୍ୟରୁ ଆପଣ PM Ujjwala Yojana ନାଁ ତ ଶୁଣିଥିବେ । ଏହି ଯୋଜନା ଅନ୍ତର୍ଭୁକ୍ତ ଗରିବ ବା ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କୁ ସେ LPG ଗ୍ୟାସ ସିଲିଣ୍ଡର ଦେବାର ଯୋଜନା ରଖିଥିଲେ । ଏବେ ଏହାର ୨ୟ ଭାଗ ଲଞ୍ଚ ହେବାକୁ ଯାଉଛି । କରୋନା ସମୟରେ ଲୋକଙ୍କ ସମସ୍ୟା ବଢ଼ିଥିବା ବେଳେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ନିଶ୍ଚିତ ରୂପେ ଲୋକଙ୍କ ମନରେ କିଛି ମାତ୍ରାରେ ଖୁସି ଆଣିବ ବୋଲି ବିଶ୍ୱାସ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାର ୨ୟ ଭାଗ ଆଜି ଅର୍ଥାତ ୧୦ ଅଗଷ୍ଟ ମଙ୍ଗଳବାର କରିବାକୁ ଯାଉଛନ୍ତି । ଏହା ବର୍ତ୍ତମାନ ଉତ୍ତରପ୍ରଦେଶରେ ଦାରିଦ୍ର ସୀମା ରେଖା ତଳେ ଥିବା ଅର୍ଥାତ ଯେଉଁମାନେ BPL କାର୍ଡ ଅଧିକାରୀ ସେମାନଙ୍କୁ LPG Connection ମାଗଣାରେ ଦିଆଯିବ । PM Ujjwala Yojana ଅଧିନରେ ଏହି ସୁବିଧା ପ୍ରଦାନ କରାଯିବ ।

ତେବେ ଏହାର ଆରମ୍ଭ ୨୦୧୬ ମସିହାରେ ହୋଇଥିଲା । ୧ ମଇ ୨୦୧୬ ଉତ୍ତରପ୍ରଦେଶରେ ଏହାର ଶୁଭାରମ୍ଭ କରାଯାଇଥିଲା । ସେହି ସମୟରେ ୫ କୋଟି ବିପିଏଲ ଅଧିକାରୀ ମହିଳା ସଦସ୍ୟଙ୍କୁ ଏହି କନେକସନ୍ ଦିଆଯିବାର ଲକ୍ଷ୍ୟ ଥିଲା । ଏବେ ଏହାର ୨ୟ ଭାଗ ଲଞ୍ଚ କରାଯାଇଛି । ଏହାର ୟୁପିର ମହୋବାରୁ ଆରମ୍ଭ ହେବ । ତେବେ ଏହାର ଲାଭ ଉଠାଇବା ପାଇଁ ଅଧିକାରିକ ୱେବସାଇଟ pmuy.gov.in ଯାଇ ଏହାର ସମସ୍ତ ତଥ୍ୟ ସମ୍ପର୍କରେ ଜାଣିପାରିବେ । ଆବେଦନ ମଧ୍ୟ କରିପାରିବେ । ଏହା ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଶୁଭାରାମ୍ଭ କରାଯିବ । ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.