ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ କାର୍ଯ୍ୟାଳୟର କିରାଣୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ

ପୁରୀ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ କିରାଣୀ। ପୁରୀ ଜିଲ୍ଲା ଶିଶୁବିକାଶ ଅଧିକାରୀ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ଚାଲିଛି। ଭୁବନେଶ୍ୱର ଓ ପୁରୀ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ ଚାଲିଛି।

ପୁରୀ, ବ୍ରହ୍ମଗିରି ଓ ଭୁବନେଶ୍ୱର ବାସଭବନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଶ୍ରୀ ଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଓ ଭୁବନେଶ୍ୱର ନୂଆ ଗାଁରେ ଥିବା ୩ ମହଲା କୋଠା ଘରେ ରେଡ୍‌ ଚାଲିଛି। ଚଢାଉରେ ସାମିଲ ହୋଇଛନ୍ତି ଭିଜିଲାନ୍‌ସର ୬ଟି ଟିମ୍‌। ଟିମ୍‌ରେ ଅଛନ୍ତି ୨ଜଣ ଡିଏସ୍‌ପି ଓ ୧୦ଜଣ ଇନିସପେକ୍ଟର। କୃଷ୍ଣଚନ୍ଦ୍ର ଜେନାଙ୍କ ବିରୋଧରେ ଛତୁଆ ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.