Below header

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ୧୪୪ ଧାରା, ୨୨ ପ୍ଲାଟୁନ୍‌ ପୋଲିସ୍ ଫୋର୍ସ ମୁତୟନ

ରାଜନଗର(କେନ୍ଯୁଜ୍): ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ ୧୪୪ ଧାରା। ମୁତୟନ ହୋଇଛନ୍ତି ୨୨ ପ୍ଲାଟୁନ୍‌ ପୋଲିସ ଫୋର୍ସ। ପୋଲିସ ଛାଉଣୀ ମଧ୍ୟରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ରାଜକନିକା ଖରସ୍ରୋତାରୁ ଭଦ୍ରକ ଜିଲ୍ଲାକୁ ଯିବ ପାଣି। ୮୦୦କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କରାଯିବ। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଭଦ୍ରକ ଜିଲ୍ଲାବାସୀ ପାଣି ପାଇବେ।

ତେବେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ରାଜକନିକାବାସୀ । ଜୀବନ ଦେବୁ ପଛେ ପାଣି ଦେବୁ ନାହିଁ ବୋଲି କହିଛନ୍ତି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। ପିଇବା ପାଣି ନାଁରେ ଧାମରାରେ ହାଇଦ୍ରାବାଦର ଏକ କମ୍ପାନୀକୁ ପାଣି ଦେବା ନେଇ ଅଭିଯୋଗ ହୋଇଛି।

୨୦୧୯ରୁ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ଅଭିଯାନ ଜାରି ରହିଛି। ଗତକାଲି ଆନ୍ଦୋଳନକାରୀମାନେ ଖରସ୍ରୋତା ନଦୀକୁ ବନ୍ଦାପନା କରି ପ୍ରତିବାଦ କରିଥିଲେ। ଖରସ୍ରୋତା ପାଣିଗଲେ ରାଜକନିକା ଓ ଆଳିରେ ଚାଷ କାମ ବୁଡିଯିବ ବୋଲି ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.