ଅତି ନିର୍ଦ୍ଦୟ! ଶାର୍କର ପାଟି ଖୋଲି ତା’ ଦାନ୍ତରେ ବିୟର କେନ୍‌କୁ କଲେ ଓପନ୍‌, ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ କଲେ ଅପଲୋଡ୍‌

ଫିଶିଙ୍ଗ୍‌ ପାଇଁ ସମୁଦ୍ର କୂଳକୁ ଯାଇଥିବା କିଛି ଯୁବକ ସମୁଦ୍ରର ‘ଟାଇଗର ମାଛ’ କୁହାଯାଉଥିବା ଶାର୍କକୁ ଧରିଥିଲେ ଏବଂ ତା’ ଦାନ୍ତରେ ବିୟର କେନ୍‌ ଖୋଲିଥିଲେ। ଏହାର ଏକ ଭିଡିଓ ରେକର୍ଡ କରି ସେମାନେ ତାହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ। ଏବେ ଟିକ୍‌ଟକରେ ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ଖୁବ୍‌ ଗାଳି ଦେବାରେ ଲାଗିଛନ୍ତି।

ଫ୍ଲୋରିଡା ବିଚ୍‌ରେ ବାୟଟ ଡ୍ୟାଲିସନ ଓ କୋଡି ସ୍କଟ୍‌ ନାମକ ଦୁଇ ଯୁବକ ଶାର୍କ ସହିତ ଏଭଳି କାରନାମା କରିଛନ୍ତି। ଶାର୍କ ମାଛର ମୁହଁ ଖୋଲି ତା’ ଦାନ୍ତକୁ ଓପନର ଭାବେ ବ୍ୟବହାର କରିଛନ୍ତି। ଖବର ମୁତାବକ, ଯୁବକମାନେ ସମୁଦ୍ର ତଟରେ ମାଛ ଧରୁଥିବା ବେଳେ ବାଲିରେ ଏକ ଜିଅନ୍ତା ଶାର୍କକୁ ଦେଖିବାକୁ ପାଇଥିଲେ।

ବାୟଟ ଡ୍ୟାଲିସନଙ୍କ ୫୮,୦୦୦ ଫଲୋୟର୍ସ ଥିବା ଟିକ୍‌ଟକ ପେଜ୍‌ ‘ଆଉଟଡୋର କ୍ୟାଓସ୍‌’ରେ ଏହି ଭିଡିଓକୁ ଅପଲୋଡ୍‌ କରାଯାଇଥିଲା। ଫୁଟେଜ୍‌ରେ ଶାର୍କର ପାଟିକୁ ଖୋଲି ଦେଖାଯାଇଥିଲା। ଏହି ସମୟରେ କୋଡି ନିଜ ମେଟାଲ ବିୟର କେନକୁ ତା’ ଦାନ୍ତରେ ଭାଙ୍ଗିଥିଲେ। ଏହାପରେ ସେ ଗର୍ବର ସହ ବିୟର ପିଇକି ଦେଖାଇଥିଲେ। ଭିଡିଓକୁ ୟୁଟ୍ୟୁବ୍‌ରେ ପୋଷ୍ଟ କରାଯିବା ପରେ ଆନିମଲ ଲଭର୍ସ ଏହାକୁ ଅପମାନଜନକ ବୋଲି କହିଛନ୍ତି।

Leave A Reply

Your email address will not be published.