Below header

ମିସ୍‌ ୟୁନିଭର୍ସ ମାରିୟା ଥଟ୍ଟିଲଙ୍କୁ ଭୁଲ୍‌ରେ ପୁରୁଷଙ୍କ ଗ୍ରୁପ୍‌ ଚ୍ୟାଟ୍‌ରେ ଯୋଡ଼ି ଦିଆଗଲା, ତା’ପରେ ଅଶ୍ଳୀଳ ମେସେଜ ହେଲା ଲିକ୍‌

ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା ୨୦୨୦ର ବିଜେତା ମାରିୟା ଥଟ୍ଟିଲ ସୋସିଆଲ ମିଡିଆରେ କିଛି ସ୍କ୍ରିନ୍‌ଶଟ୍‌ ସେୟାର କରିଛନ୍ତି, ଯାହାକି ଏହି ସମୟରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଖବରରୁ ଜଣାପଡ଼ିଛି, କେହି ଜଣେ ଭୁଲ୍‌ରେ ମାରିୟାଙ୍କୁ ପୁରୁଷଙ୍କ ଚ୍ୟାଟ୍‌ ଗ୍ରୁପ୍‌ରେ ଯୋଡ଼ି ଦେଇଥିଲେ। ସେ ଯେତେବେଳେ ଗ୍ରୁପ୍‌ର ମ୍ୟାସେଜ ପଢ଼ିଲେ, ତ ତାଙ୍କର ହୋଶ୍‌ ଉଡ଼ିଗଲା। ତାଙ୍କ କହିବା ହେଲା, ତାଙ୍କୁ ଜଣା ନ ଥିଲା କି, ପୁରୁଷମାନେ ତାଙ୍କ ବିଷୟରେ ଏମିତି ଭାବନା ରଖିଛନ୍ତି।

ମାରିୟା ଗ୍ରୁପ୍‌ ଚ୍ୟାଟ୍‌ରୁ ଜାଣିବାକୁ ପାଇଲେ ଯେ ପୁରୁଷମାନେ ମହିଳାମାନଙ୍କୁ ନେଇ କେତେ ଖରାପ ଭାବନା ରଖିଛନ୍ତି। ସେମାନେ ତାଙ୍କୁ କୌଣସି ବସ୍ତୁରୁ ଅଧିକ ମାନି ନ ଥାଆନ୍ତି। ମାରିୟା କହିଛନ୍ତି, ଅନେକ ଲୋକ ଏହି କଥାକୁ ଲୁଚାଇ ଥାଆନ୍ତି। କିନ୍ତୁ ମୁଁ ମହିଳାମାନଙ୍କ ସହିତ ହେଉଥିବା ମୌଖିକ ଆକ୍ରମଣ, ଉତ୍ପୀଡ଼ନ ଓ ଅପମାନ ବିଷୟରେ କହିବି।

ସେ କହିଥିଲେ କି, ଆମେ ଏମିତି ଦୁନିଆରେ ରହୁଛେ, ଯେଉଁଠି ଅଧିକାଂଶ କଥା ସେକ୍ସିଜମ୍‌ ଉପରେ ଫୋକସ୍‌ ରହୁଛି। ମହିଳାମାନଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କରାଯାଉଛି। ଏହା ବିରୋଧରେ ସ୍ୱର ଉଠାଇବାକୁ ପଡ଼ିବ। ଏହି ବାହାଦୂରୀ ଆମକୁ ଦେଖାଇବାକୁ ପଡ଼ିବ। ମିସ୍‌ ୟୁନିଭର୍ସ ଆହୁରି କହିଥିଲେ ଯେ ଆମେ ଏମିତି ଏକ ସମାଜରେ ରହୁଛେ, ଯେଉଁଠି ପ୍ରତି ସପ୍ତାହରେ ଜଣେ ମହିଳା ନିଜ ସାଥୀଙ୍କ ହାତରେ ମରୁଛନ୍ତି। କାହିଁକିନା, ଏହି ଦୁନିଆ ସେହି ଲୋକଙ୍କୁ ଧରିବାରେ ବିଫଳ ହୋଇଯାଉଛି, ଯିଏ ମହିଳାମାନଙ୍କ ପ୍ରତି ସେକ୍ସିଷ୍ଟ, ଭୁଲ୍‌ ଏବଂ ହିଂସକ ବିଚାର ରଖୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.