ତାଲିବାନ ଭୟ: ୭ ମାସର ଶିଶୁକନ୍ଯା ପିତାମାତା ଠାରୁ ଅଲଗା ହୋଇ କାବୁଲ ବିମାନବନ୍ଦରରେ ଏକ ପ୍ଲାଷ୍ଟିକ ଟ୍ରେରେ କାନ୍ଦୁଥିବା ଭିଡିଓ ଭାଇରଲ
ଆଫଗାନିସ୍ତାନର ଚିତ୍ର ଦେଖିଲେ ଆପଣଙ୍କ ମନ ମଧ୍ୟ ଡହଳବିକଳ ହେବ। ଲୋକମାନଙ୍କର ସ୍ଥିତି ଏମିତି ଯେ, ମରିବେ କି ବଞ୍ଚିବେ ତାହା ଜାଣନ୍ତି ନାହିଁ। ତାଲିବାନ କ୍ଷମତାକୁ ଆସିବା ପରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଅନେକ ହୃଦୟ ବିଦାରକ ଚିତ୍ର ଏବେ ଦେଖିବାକୁ ମିଳୁଛି । ତାଲିବାନ ଭୟରେ ହଜାର ହଜାର ଲୋକ କାବୁଲ ଛାଡି ପଳାଉଛନ୍ତି। କାବୁଲ ବିମାନବନ୍ଦରରେ ଶହ ଶହ ଲୋକ ବିମାନରେ ଚଢିବାକୁ ଚେଷ୍ଟା କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ତ ଆଉ କେଉଁ ବିମାନ ଟାୟାରରେ ଯାତ୍ରା କରି କିଏ ଖସି ପ୍ରାଣ ହରାଇଥିଲା। ବର୍ତ୍ତମାନ ଏହି ସବୁଠାରୁ ବଡ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି ।
ତାଲିବାନର ଭୟ ୭ ମାସର ଝିଅକୁ ତାଙ୍କ ପିତାମାତାଙ୍କଠାରୁ ଅଲଗା କରିଥିଲା । ନିରୀହ ଶିଶୁଟି ତାଙ୍କ ପିତାମାତାଙ୍କଠାରୁ ଅଲଗା ହୋଇ କାବୁଲ ବିମାନବନ୍ଦରରେ ଏକ ପ୍ଲାଷ୍ଟିକ ଟ୍ରେରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଶିଶୁର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ଯନ୍ତ ତାଙ୍କ ପିତାମାତା ବିଷୟରେ କିଛି ଜଣା ପଡିନାହିଁ।
A couple living in PD-5 #Kabul blame that their 7 Months Baby went missing from Kabul Airport yesterday during the chaos. Up to this instance they couldn’t find him. @AsvakaNews trying to help them find their baby through missing announcements on social media. pic.twitter.com/TDsJEXUXAR
— Aśvaka – آسواکا News Agency (@AsvakaNews) August 17, 2021
ଆଫଗାନିସ୍ତାନର ଅସୱାକା ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଝିଅଟିର ପିତାମାତା କାବୁଲର PD-5 ରେ ରହୁଥିବା ଅଭିଯୋଗ ହୋଇଛି । ଏହି ଏଜେନ୍ସି ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛି । ଆଫଗାନିସ୍ତାନରେ ତାଲିବାନକୁ ପ୍ରତିରୋଧ କରିବାରେ ବିଫଳ ହୋଇଥିବା ଆନ୍ତର୍ଜାତୀୟ ଏଜେନ୍ସିଗୁଡିକ ଉପରେ ୟୁଜର ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।