ଭାତ ରାନ୍ଧିବା ବେଳେ ଜାଉ ହୋଇଯାଉଥିଲେ ଆପଣାନ୍ତୁ ଏସବୁ ଟିପ୍ସ, ଗୋଟା ଗୋଟା ହେବ ଭାତ
ଭାରତୀୟମାନଙ୍କର ପ୍ରମୁଖ ଖାଦ୍ୟ ହେଉଛି ଭାତ। ଆମେ ଭାରତୀୟମାନେ ଦିନକୁ ଥରେ ଭାତ ନ ଖାଇଲେ ଦିନ ଆରମ୍ଭ ହୁଏ ନାହିଁ। ପ୍ରତି ଘରେ ଭାତ ରୋଷେଇ ହୁଏ। ତେବେ କିଛି ଲୋକଙ୍କ ଅଭିଯୋଗ ଥାଏ ଯେ ସେମାନଙ୍କ ଭାତ ଅଧିକ ସିଝିଯାଏ ଓ ପେଜୁଆ ହୋଇଯାଏ। ଯାହା ଖାଇବାକୁ ଭଲ ଲାଗେ ନାହିଁ। ତେବେ ଆଜି ଆସନ୍ତୁ ଜାଣିବା ପରଫେକ୍ଟ ଭାତ ତିଆରି କରିବାକୁ କେତେକ ସହଜ ଟିପ୍ସ…
- ଭାତ ରାନ୍ଧିବା ପୂର୍ବରୁ ଚାଉଳକୁ ଭଲ ଭାବେ ୩-୫ ଥର ଧୋଇ ଦିଅନ୍ତୁ। ଏଥିସହ ୨୦ ମିନିଟ୍ ଯାଏଁ ପାଣିରେ ଭିଜାଇ ରଖନ୍ତୁ। ଫଳରେ ଷ୍ଟାଚ୍ ବାହାରିଯିବ ଓ ଭାତ ଜାଉ ହେବ ନାହିଁ।
- ଭାତ କରିବା ବେଳେ ସଠିକ୍ ମାତ୍ରାରେ ପାଣି ଦିଅନ୍ତୁ। କପେ ଚାଉଳ ପାଇଁ ଦେଢ଼ କପ୍ ପାଣି ଦେବା ଭଲ।
- ପାଣିରେ ଚାଉଳ ପକାଇବା ପରେ ସେଥିରେ ଅଧ ଚାମଚ ଘିଅ କିମ୍ବା ରିଫାଇଣ୍ଡ ତେଲ ପକାନ୍ତୁ। ଏଭଳି କଲେ ଭାତ ଗୋଟା ଗୋଟା ହେବ।
- ଭାତ ଫୁଟି ଆସିଲେ ଗ୍ୟାସ୍ ଆଞ୍ଚ କମାଇ ଦିଅନ୍ତୁ। ଫଳରେ ତଳ ଭାତ ପୋଡ଼ିବ ନାହିଁ।
- ଭାତ ଅଧା ହୋଇଗଲେ ସେଥିରେ ଗୋଟେ ଲେମ୍ବୁ ଚିପୁଡ଼ି ଦିଅନ୍ତୁ ଓ ଅଳ୍ପ ଲୁଣ ପକାନ୍ତୁ। ଏମିତି କଲେ ଭାତ ଗୋଟା ଗୋଟା ହେବ।
- ଭାତ ଅଧା ହୋଇଗଲେ ସେଥିରେ ୧-୨ଟି ଲବଙ୍ଗ ପକାନ୍ତୁ। ଭାତର ବାସ୍ନା ବଢ଼ିଯିବ।
- ଭାତ ହୋଇଯିବା ପରେ ଭଲ ଭାବେ ଗାଳି ଦିଅନ୍ତୁ ଓ ଏହାକୁ ପବନରେ କିଛି ସେକେଣ୍ଡ ଖୋଲା ରଖନ୍ତୁ। ଫଳରେ ଅତିରିକ୍ତ ବାମ୍ଫ ବାହାରିଯିବ ଓ ଭାତ ଗୋଟା ଗୋଟା ରହିବ।