ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ରେଶମୀ ଡୋରିରେ ସୁରକ୍ଷା ଓ ସମ୍ମାନର ଆଶା ମନାସୀ ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ

କେନ୍ୟୁଜ୍(ବ୍ୟୁରୋ):  ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କର ପ୍ରତୀକ ରକ୍ଷା ବନ୍ଧନ । ଭାଇ ହାତରେ ସ୍ନେହର ଡୋରି ବାନ୍ଧୁଛି ଭଉଣୀ । ସାରା ଜୀବନ ବିପଦ ଆପଦରେ ରକ୍ଷା କରିବା ପାଇଁ ଭଉଣୀଟିଏ ତାର ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ । ସେହିଭଳି ଭାଇ ମଧ୍ୟ ଉଉଣୀର ସୁରକ୍ଷା, ସମ୍ମାନ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥାଏ ।

ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଲା ବେଳେ ଫୁଲ, ଚନ୍ଦନ ଦେଇ ବନ୍ଦପନା କରି ରାକ୍ଷୀ ବାନ୍ଧିବାର ପରମ୍ପରା ଆମ ହିନ୍ଦୁ ସମାଜରେ ପାଳନ ହୋଇଥାଏ। ଭାଇ ଭଉଣୀକୁ ଉପହାର ସ୍ଵରୂପ କିଛି ଦେଇଥାଏ। ଏଥିପାଇଁ କୋଭିଡ କଟକଣା ସତ୍ତ୍ୱେ ବି ବଜାର ଯାଇ ଭାଇ ପାଇଁ ରାକ୍ଷୀ ଆଣିଛି ଭଉଣୀ । ରାକ୍ଷୀ ପୂର୍ଣ୍ଣିମା ଯୋଗୁଁ ମଧ୍ୟ ୩/୪ ଦିନ ପୂର୍ବରୁ ବଜାରମାନଙ୍କରେ ରାକ୍ଷୀର ଦୋକାନ ଖୋଲିଯାଇଥାଏ। ବିଭିନ୍ନ ଭେରାଇଟିର ରାକ୍ଷୀ ପ୍ରତି ବର୍ଷ ବଜାରକୁ ଆସିଥାଏ। ଏଥର କରୋନା ପାଇଁ ବଜାର ପୂରା ମାନ୍ଦା। ସେପଟେ ଗହ୍ମା ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ଓ ବଡଡ଼ଭାଇ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ ସୁଭଦ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.