ଲାଇଭ୍‌ କ୍ୟାମେରାରେ ନୀରଜ ଚେପ୍ରାଙ୍କୁ ଆଲିଙ୍ଗନ କରୁଥିଲେ ଯୁବତୀ, କିନ୍ତୁ ସେ ତୁରନ୍ତ ଦୂରକୁ ଯାଇ କହିଲେ ନମସ୍ତେ; ଦେଖନ୍ତୁ ଭିଡିଓ

ଟୋକିଓ ଅଲମ୍ପିକରେ ଗୋଲ୍ଡ ମେଡାଲ ବିଜେତା ନୀରଜ ଚୋପ୍ରାଙ୍କ ଏକ ଅନ୍‌ଲାଇନ୍‌ ଇଣ୍ଟରଭ୍ୟୁର ଛୋଟ ଭିଡିଓ କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଜଣାଶୁଣା ରେଡିଓ ଜକି ମଲିଷ୍କା ମେଣ୍ଡେସା ଏହି ଇଣ୍ଟରଭ୍ୟୁ ନେଇଥିଲେ। ଭିଡିଓ କ୍ଲିପ୍‌ଟି ଇଣ୍ଟରଭ୍ୟୁ ଶେଷ ବେଳର ଭଳି ଜଣାପଡ଼ୁଛି।

ଭାଇରାଲ ହେଉଥିବା ଏହି ୧୮ ସେକେଣ୍ଡର ଭିଡିଓରେ ଆରଜେ ନୀରଜଙ୍କୁ କହୁଛନ୍ତି- ‘ଯିବା ପୂର୍ବରୁ ସେ ତାଙ୍କୁ ଏକ ଯାଦୁ କି ଝପ୍ପି ଦେବାକୁ ଚାହୁଁଛନ୍ତି। ଚଳିବ କି? ଆପଣ ଏବେ ହିଁ ଦେଇ ଦିଅନ୍ତୁ ନା’। ଏହା କହିବା ପରେ ମଲିଷ୍କା ସ୍କ୍ରିନ୍‌ର ଆଉ ଟିକେ ପାଖକୁ ଚାଲିଆସୁଛନ୍ତି। ଏହାର ଜବାବରେ ନୀରଜ କହୁଛନ୍ତି- ଧନ୍ୟବାଦ… ଜୀ ନମସ୍ତେ… ଏମିତି ଦୂରରୁ ହିଁ ଝପ୍ପି ଦିଅନ୍ତୁ। ନୀରଜଙ୍କ ଉତ୍ତର ଶୁଣି ଆରଜେ ଜୋରରେ ହସୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ସୂଚନାଯୋଗ୍ୟ ଯେ ଏହି ଇଣ୍ଟରଭ୍ୟୁର ଆରମ୍ଭ ବେଳର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଆରଜେ ଓ ତାଙ୍କ ଟିମ୍‌ ନୀରଜଙ୍କ ଇଣ୍ଟରଭ୍ୟୁ ନେବା ବେଳେ ଏତେ ଖୁସି ହୋଇଯାଉଛନ୍ତି ଯେ ନାଚିବାକୁ ଲାଗୁଛନ୍ତି।

ଦେଖନ୍ତୁ ଭିଡିଓ:

Leave A Reply

Your email address will not be published.