ଆଶ୍ଚର୍ଯ୍ୟଜନକ Video: ସମୁଦ୍ରରେ ଦେଖାଗଲା ଗୋଲାପି ରଙ୍ଗର ଡଲ୍‌ଫିନ, ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ

ସାମୁଦ୍ରିକ ଦୁନିଆ ସାଧାରଣ ଦୁନିଆ ତୁଳନାରେ ବହୁତ ଅଲଗା ହୋଇଥାଏ। ସେଠାକାର ତାପମାତ୍ରା, ଗଛ, ଜଳଚର ଜୀବ ଆଦି ସବୁ ନର୍ମାଲ ଦୁନିଆଠାରୁ କିଛିଟା ହଟ୍‌କେ ହୋଇଥାଆନ୍ତି। ଏବେ ସୋସିଆଲ ମିଡିଆରେ ଏକ ଡଲ୍‌ଫିନର ଭିଡିଓ ଜବରଦସ୍ତ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କେହି ବି ନିଜ ଆଖିକୁ ବିଶ୍ୱାସ କରିପାରୁ ନାହାନ୍ତି।

ସୋସିଆଲ ମିଡିଆ ସାଇଟ୍‌ ଟ୍ଵିଟରରେ ଡଲ୍‌ଫିନର ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକରେ ସମୁଦ୍ରରେ ଖେଳୁଥିବା ଡଲ୍‌ଫିନକୁ ଦେଖି ସମସ୍ତେ ବେଶ୍‌ ମଜା ନେଇଥାଆନ୍ତି। ତେବେ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କି, ସମୁଦ୍ରରେ ଖେଳୁଥିବା ଡଲ୍‌ଫିନର ରଙ୍ଗ ନୀଳ କି କଳା ନୁହେଁ, ବରଂ ଗୋଲାପି।

ଡଲ୍‌ଫିନକୁ ବହୁତ ଫ୍ରେଣ୍ଡଲି ଜୀବ କୁହାଯାଏ। ଏହି ଭାଇରାଲ ଭିଡିଓକୁ ଏ ପର୍ଯ୍ୟନ୍ତ ୪୬ ହଜାରରୁ ଅଧିକ ୟୁଜର୍ସ ସୋସିଆଲ ମିଡିଆରେ ଦେଖି ସାରିଲେଣି। କମେଣ୍ଟରେ ଲୋକଙ୍କ କହିବା ହେଲା କି, ସେମାନେ ଆଜି ପର୍ଯ୍ୟନ୍ତ ଗୋଲାପି ରଙ୍ଗର ଡଲ୍‌ଫିନ କେଉଁଠି ବି ଦେଖି ନାହାନ୍ତି। ଏହି ଘଟଣାରେ ସମସ୍ତେ ଏକପ୍ରକାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.