କାବୁଲ ଏୟାରପୋର୍ଟ ସିରିଜ୍ ବିସ୍ଫୋରଣରେ ISIS ହାତ, ୧୨ US ସୈନ୍ୟଙ୍କ ମୃତ୍ୟୁ ପରେ ବାଇଡେନ୍ଙ୍କ କଡ଼ା ଚେତାବନୀ
କାବୁଲ ଏୟାରପୋର୍ଟ ବାହାରେ ଭୟଙ୍କର ସିରିଜ୍ ବିସ୍ଫୋରଣ ଘଟଣାରେ ୧୨ ଆମେରିକା ସେନା ଓ ୬୦ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୫ ଆମେରିକୀୟ ଆହତ ହୋଇଥିବା ପେଣ୍ଟାଗନ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ପ୍ରାୟ ୧୫୦ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।
ରିପୋର୍ଟ ମୁତାବକ, କାବୁଲ ଏୟାରପୋର୍ଟର ଆବେ ଗେଟ୍ ପାଖରେ ବହୁ ଲୋକ ଅପେକ୍ଷା କରିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣର ୨୦ ମିନିଟ ପରେ ହୋଇଥିଲା ଆଉ ଗୋଟିଏ ବ୍ଲାଷ୍ଟ । ଦୁଇ ସୁଇସାଇଡ ବମର ଏହି ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି। ଏହା ପଛରେ ISIS ଆତଙ୍କବାଦୀଙ୍କ ହାତ ଥିବା କହିଛି ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ।
“We will not forgive. We’ll not forget. We will hunt you down and make you pay,” US President Joe Biden to Kabul bombers pic.twitter.com/H3BFTLzZ77
— ANI (@ANI) August 26, 2021
ଅନ୍ୟପଟେ କାବୁଲରେ ବିସ୍ପୋରଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କଡ଼ା ଚେତାବନୀ ଦେଇଛନ୍ତି । ହ୍ଵାଇଟ ହାଉସରୁ ISIS-Kକୁ ଚେତାଇଦେଇଛନ୍ତି ବାଇଡେନ । ଆତଙ୍କବାଦୀଙ୍କୁ କେବେ ବି କ୍ଷମା ଦିଆଯିବ ନାହିଁ । ଏହି ଆକ୍ରମଣକୁ କେବେ ଭୁଲିବୁ ନାହିଁ ବୋଲି କହିଛନ୍ତି ବାଇଡେନ୍। ଆମେ ଏହାର ଜବାବ ଦେବୁ ବୋଲି ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ମୃତ୍ୟୁର କ୍ଷତିପୂରଣ ଦେବାକୁ ହେବ। ଆଫଗାନିସ୍ତାନରୁ ଆମେରିକା ନାଗରିକଙ୍କୁ ବଞ୍ଚାଇବୁ । ଆମର ମିଶନ ଜାରି ରହିବ । ବିସ୍ଫୋରଣରେ ପ୍ରାଣ ହରାଇଥିବା ଆମେରିକା ସୈନିକ ହିରୋ ଥିଲେ । ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିସ୍ୱାର୍ଥପରତା ଭାବେ କାମ କରୁଥିଲେ ବୋଲି ଜୋ ବାଇଡେନ୍ କହିଛନ୍ତି।