କ୍ଯାମେରା ଅନ୍ ଥିବା ବେଳେ ମୋବାଇଲ ନେଇ ଉଡିଗଲା ଶୁଆ, ତା’ ପରର ଭିଡିଓ ଦେଖନ୍ତୁ

ସୋସିଆଲ ମିଡିଆରେ କିଏ ଆଉ କେବେ ଭାଇରଲ ହୋଇଯିବ, ତାହା କେହି ବି କହିପାରିବ ନାହିଁ। କିନ୍ତୁ ଏମିତି କିଛି ଭିଡିଓ ରହିଛି, ଯାହାକୁ ଆପଣ ଦେଖିଲେ ନିଜ ହସକୁ ରୋକି ପାରିବେ ନାହିଁ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଶୁଆଟି ଗୋଟିଏ ଯୁବକଙ୍କଠାରୁ ମୋବାଇଲ୍ ଫୋନ୍ ନେଇ ଉଡି ଯାଉଛି । ଆଉ ମୋବାଇଲର କ୍ୟାମେରା ବି ଅନ ଥିଲା । ଫଳରେ ଶୁଆଟି ମୋବାଇଲ ନେଇ ଉଡିବା ବେଳେ ଭିଡିଓ କ୍ଯାମେରାରେ କଏଦ ହୋଇଥିଲା।

ଯୁବକଟି ଶୁଆ ପଛରେ ଦୌଡେ କିନ୍ତୁ ସେ ହାରି ମାନିଯାଏ । କାରଣ ଶୁଆଟି ଉଡି ଉଡି ବହୁତ ଦୂର ଚାଲିଯାଏ । ଆଉ ପିଲାଟି ସେମିତି ଛାତ ଉପରେ ରହିଯାଇଥିଲା। ଶୁଆଟିର ଏହି ଭିଡିଓ ଟ୍ୱିଟରରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଭିଡିଓକୁ ଟ୍ବିଟରରେ Fred Schultzନାମକ ଜଣେ ୟୁଜର ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି । ଯେତେବେଳେ କି ୩୦,୦୦୦ରୁ ଅଧିକ ଲାଇକ୍ ମିଳିସାରିଲାଣି । ଏହି ଭିଡିଓ ଦେଖିବା ପରେ ଟ୍ୱିଟରରେ ଅନେକ ଲୋକ ବିଭିନ୍ନ ଉପାୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଉପଭୋକ୍ତା ଥଟ୍ଟା କରି ଲେଖିଛନ୍ତି ଯେ ଏହି ଶୁଆ ଉପରେ ଫିଲ୍ମ ନିର୍ମାଣ କରାଯାଇପାରେ । କିଏ କହୁଛି ଭିଡିଓ ସୁଟ୍ ପାଇଁ ଆଉ ଡ୍ରୋନ୍ କଣ ଦରକାର ।

 

Leave A Reply

Your email address will not be published.