ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା: ଜଣଙ୍କର ମୃତ୍ୟୁ, ଭାସିଗଲେ ୧୫ ଜଣ

ପ୍ରାଣ ହରାଇଛନ୍ତି ୭୦୦ ରୁ ୮୦୦ ଗୃହପାଳିତ ପଶୁ

ମହାରାଷ୍ଟ୍ର: ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ବନ୍ୟା ସ୍ଥିତି । ପ୍ରବଳ ବର୍ଷାରେ ଆକସ୍ମିକ ବନ୍ୟା ଆସି ବିପର୍ଯ୍ୟାୟ ସୃଷ୍ଟି କରିଛି । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଲୋକ ଭାସି ଯାଇଛନ୍ତି । ସେମାନଙ୍କର କିଛି ଖୋଜ ଖବର ମିଳିନି ।

ସେହିପରି ୭୦୦ ରୁ ୮୦୦ ଗୃହପାଳିତ ପଶୁ ପ୍ରାଣ ହରାଇଛନ୍ତି । ଜଲଗାଓଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଁ ସଂପୂର୍ଣ୍ଣ ବିଛିନ୍ନ ହୋଇଯାଇଛି । ଭୂସ୍ଖଳନ ଏବଂ ରାସ୍ତା ଧୋଇଯିବା ଯୋଗୁ ଜଲଗାଓଁ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.