କୋଭିଡ ସୁସ୍ଥ ହେବା ପରେ ଏମିତି ହୋଇଯାଇଛି ରୁବିନାଙ୍କ ଅବସ୍ଥା, କହିଲେ ‘ଆଉଥରେ ଭଲ ପାଇବା ଶିଖୁଛି’

ବିଗବସ୍ ୧୪ ବିଜେତା ଏବଂ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ରୁବିନା ଦିଲାଏକ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ପ୍ରତିଦିନ କିଛି ନା କିଛି ନୂଆ ପୋଷ୍ଟ ସେୟାର ମଧ୍ୟ କରନ୍ତି। ନିକଟରେ ରୁବିନା ନିଜର ଏକ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି। ରୁବିନା ନିଜ ସୋସିଆଲ ଆକାଉଣ୍ଟ କହିଛନ୍ତି, କିପରି କୋଭିଡରୁ ସୁସ୍ଥ ହେବା ପରେ ଅବସ୍ଥା ପରିବର୍ତ୍ତନ ହୋଇଯାଇଛି। ରୁବିନା କରୋନାରୁ ସୁସ୍ଥ ହେବା ପରେ ୭ କେଜି ଓଜନ ବଢିଯାଇଛି। ଯାହାକୁ କମ୍ କରିବାକୁ ବହୁତ ଚେଷ୍ଟା କରିବା ପରେ ଏବେ ସେ ନିଜକୁ ଭଲପାଇବା ଶିଖୁଛନ୍ତି ବୋଲି କହିଛନ୍ତି।

 

View this post on Instagram

 

A post shared by Rubina Dilaik (@rubinadilaik)

ରୁବିନା ନିଜ ଇନଷ୍ଟା ଆକାଉଣ୍ଟରେ ଲାଟେଷ୍ଟ ଫଟୋଶୁଟର କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ରୁବିନା ସିଲଭର ରଙ୍ଗର ଶିମରୀ ଗାଉନ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଅଫ ସୋଲଡର ଗାଉନ ସହିତ ଷ୍ଟାଇଲିସ ପୋନିଟେଲ ମଧ୍ୟ କରିଛନ୍ତି। ଆଉ ମେସେଜ କରିଛନ୍ତି, ‘ ମୁଁ ନିଜକୁ ଭଲପାଇବା ପାଇଁ ଶିଖୁଛି। କୋଭିଡ ପରେ ମୋର ୭ କେଜି ଓଜନ ବଢିଯାଇଛି। ଯେଉଁଥି ପାଇଁ ମୋତେ ଅସହଜ ଅନୁଭବ ହେଉଛି। ମୋର ମନୋବଳ କମିଯାଇଥିଲା। ଓଜନ ୫୦ କେିଜ ରକିବା ପାଇଁ ଅନେକ ସଂଘର୍ଷ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.