ବିଜେଡିରୁ ନିଲମ୍ବିତ ହେଲେ ଚିଲିକା ବଧାୟକଙ୍କ ପ୍ରଶାନ୍ତ ଜଗଦ୍ଦେବ

 ଭୁବନେଶ୍ୱର(କେନ୍ୟୁଜ୍‌) : ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିଜେପି କର୍ମୀଙ୍କୁ ମାଡ଼ମାରିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବିଜୁ ଜନତା ଦଳ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ଫଳରେ ଜେଡିରୁ ନିଲମ୍ବିତ ହୋଇଛନ୍ତି ପ୍ରଶାନ୍ତ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।

ଖୋର୍ଦ୍ଧା ଏନ୍ଏସି କାର୍ଯ୍ୟାଳୟ ପରିସରରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଂଟନ ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଂଜନ ସେଠୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା।

ଏହି ଘଟଣାରେ ବିଜେପି ପକ୍ଷରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ତାଙ୍କର ଗିରଫ ଦାବିରେ ଥାନା ଆଗରେ ଧାରଣାରେ ବସିଥିଲେ।

Leave A Reply

Your email address will not be published.