ରଜନୀକାନ୍ତଙ୍କ ଫିଲ୍ମ Annaatthe ର ଦ୍ବିତୀୟ ପୋଷ୍ଟର ଭାଇରଲ, ଆଙ୍ଗ୍ରୀ ୟଙ୍ଗମ୍ଯାନ ଲୁକରେ ନଜର ଆସିଲେ ଅଭିନେତା

ସାଉଥ ଇଷ୍ଡଷ୍ଟ୍ରୀର ସୁପରଷ୍ଟାର ରଜନୀକାନ୍ତଙ୍କର କୋଟି କୋଟି ଫ୍ଯାନ ରହିଛନ୍ତି। ରଜନୀକାନ୍ତ ସାଉଥ ସହିତ ହିନ୍ଦୀ ସିନେମାରେ ମଧ୍ୟ ବେଶ ଜଣାଶୁଣା। ଲୋକ ରଜନୀକାନ୍ତଙ୍କ ପୂଜା କରନ୍ତି। ଏବେ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଅନ୍ନାଥେ’ଙ୍କୁ ଫ୍ଯାନ ଅପେକ୍ଷା କରି ରହିଛନ୍ତି। ଏହାମଧ୍ୟରେ ନିର୍ଦ୍ଦେଶକ ସିରୁଥାଇ ଶିବା ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି। ଏବେ ଏହି ଫିଲ୍ମର ଦ୍ବିତୀୟ ପୋଷ୍ଟର ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଏହି ଫିଲ୍ମର ପୋଷ୍ଟର ଅଭିନେତ୍ରୀ କୀର୍ତ୍ତି ସୁରେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ପୋଷ୍ଟରରେ ରଜନୀକାନ୍ତ ବାଇକ ଉପରେ ବସି ଗୋଟେ ହାତରେ ବାଇକ ଚଲାଉଥିବା ନଜର ଆସିଛନ୍ତି। ପୋଷ୍ଟରରେ ଆଙ୍ଗ୍ରୀ ଲୁକରେ ନଜର ଆସିଛନ୍ତି। ଫ୍ଯାନଙ୍କୁ ଏହି ଲୁକ୍ ବେଶ ପସନ୍ଦ ଆସୁଛି।

ସୂଚନାଯୋଗ୍ଯ, ଏହି ଫିଲ୍ମର ସୁଟିଂ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା। ଯାହା ଫେବ୍ରୁଆରୀ ୨୦୨୦ ପର୍ଯ୍ଯନ୍ତ ଚାଲିବ। କିନ୍ତୁ କରୋନା ମହାମାରୀ ଯୋଗୁଁ ସୁଟିଂ ବନ୍ଦ ହୋଇଯାଇଥିଲା। ଏହି ଫିଲ୍ମରେ ପାରିବାରିକ ଫିଲ୍ମ। ଯେଉଁଥିରେ ମୀନା, ଖୁସବୁ, ଜଗପତି ବାବୁ, ପ୍ରକାଶ ରାଜ ଭଳି ସୁପରଷ୍ଟାର ନଜର ଆସିବେ। ଏହି ଫିଲ୍ମର ମ୍ଯୁଜିକ ନ୍ଯାସନାଲ ଆୱାର୍ଡ ବିଜେତା ଡି ଇମାନ କରିଚନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.