ବାରମ୍ବାର ବ୍ରେକଅପ ପରେ ଶେଷରେ ଏମିତି କଲେ ମଡେଲ, ନିଜକୁ ନିଜେ ବାହା ହୋଇ ପଡିଲେ

ବିବାହ ଏମିତି ଏକ ବନ୍ଧନ ଯାହା ଦୁଇ ଜଣଙ୍କ ଇଚ୍ଛାରେ ହୋଇଥାଏ । ବିବାହରେ ପରସ୍ପରକୁ ଆପଣାଇ ଜନ୍ମ ଜନ୍ମର ସାଥି ହେବା ପାଇଁ ପ୍ରତିଜ୍ଞା କରିଥାନ୍ତି। ଦୁଇ ଜଣଙ୍କ ଏହି ସମ୍ପର୍କରେ ପ୍ରତିଟି ସମୟ ଓ ପରିସ୍ଥିତିରେ ଉଭୟଙ୍କ ସାଥ ଦେବେ ବୋଲି ନିଷ୍ପତ୍ତି ନେଇଥାନ୍ତି। ତେବେ ଆଜି କାଲିର ବାହାଘରରେ ସେସବୁ ଦେଖିବାକୁ ମିଳୁନାହିଁ। ବିବାହକୁ କିଛି ଲୋକ ଖେଳ ଘର କରିସାରିଲେଣି। ଅନେକ ଧୋକା ମଧ୍ୟ ବିବାହ ପରେ ଦେଖିବାକୁ ମିଳିଛି। ଏହାକୁ ଦେଖି ଅନ୍ୟ ଲୋକମାନଙ୍କର ବିବାହରୁ ଭରସା ଉଠିଗଲାଣି। ଏଭଳି ଏକ ଧୋକାର ଶିକାର ହୋଇଛନ୍ତି ଜଣେ ଯୁବତୀ।

ଇନଷ୍ଟାଗ୍ରାମରେ ଥିବା ମଡେଲ ଯୁବତି କ୍ରିସ ନିଜ ବାହାଘର ପାଇଁ ବେଶ ଖୁସି ଥିଲେ। କିନ୍ତୁ କିଛି ଏମିତି ଘଟିଲା ଶେଷରେ ତାଙ୍କୁ ନିଜ ସହ ବିବାହ କରିବାକୁ ପଡିଲା। ଏହାକୁ ଶୁଣି ଆପଣ ହୁଏତ ଭାବୁଥିବେ ଏମିତି କେମିତି ହେବ। କିନ୍ତୁ ସତରେ ଏଭଳି ଘଟିଛି। ନିଜ ସହ ବିବାହ ରଚିବା ପାଇଁ ମଡେଲ ଜଣକ ବେଶ ଉତ୍ସାହିତଥିବାର ଶୁଣିବାକୁ ମିଳିଛି। ନିଜ େଓ୍ଵଠିଂରେ ଟପ୍‌ କ୍ଲାସ ଆରେଞ୍ଜମେଣ୍ଟ କରି ଚର୍ଚ୍ଚାର ବିଷୟ ପାଳଟିଛନ୍ତି ଏହି ଯୁବତୀ। ଏହି ବିବାହରେ Model Marries Herself ମଧ୍ୟ ଲେଖାଯାଇଥିଲା। ପ୍ରଥମେ ସେ ଭାବୁଥିଲେ ଯେ ଖୁସି ରହିବା ପାଇଁ ଏକ ପାର୍ଟନରର ଆବଶ୍ୟକତା ରହିଛି। ଯାହା ସହ ସେ ସବୁ କିଛି ସେୟାର କରିପାରିବେ । କିନ୍ତୁ ତାଙ୍କର ସମ୍ପର୍କ ଭାଙ୍ଗିବା ପରେ ସେ ମଧ୍ୟ ଭାଙ୍ଗି ପଡିଲେ । ସୂଚନା ମିଳିଛି ଯେ ତାଙ୍କର ଅଧିକାଂଶ ରିଲେସନ ତିଷ୍ଠି ରହୁନଥିଲ। । ବ୍ରେକଅପ କାରଣରୁ ସେ ଦୁଃଖିତ ହୋଇଯାଇଥିଲେ ।ଶେଷରେ ନିଷ୍ପତ୍ତି ନେଲେ ନିଜ ସହ ବିବାହ କରିବା ପାଇଁ। ଏଭଳି ଅଜବ ଚିନ୍ତାଧାରା ପାଇଁ ସେ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ନିଜ ସହ ବିବାହ କରିବା ସମୟରେ ସେ ବହୁତ ଖୁସି ଥିଲେ। ଏଥିପାଇଁ ଗ୍ରାଣ୍ଡ ଇଭେଣ୍ଟ କରିଥିଲେ ।ଏହି ଇଭେଣ୍ଟରେ ନିଜ ଅନ୍ତରଙ୍ଗ ସାଙ୍ଗମାନଙ୍କୁ ଡାକିଥିଲେ। ତେବେ ଏହାପରେ ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହୋଇଯାଇଥିଲା। ୩୩ ବର୍ଷ ବୟସରେ କ୍ରିସ ନିଜ ସହ ବିବାହ କରି ନିଜକୁ ସବୁ କ୍ଷେତ୍ରରେ ଷ୍ଟ୍ରଙ୍ଗ କରି ରଖିବେ। ଏବେ ତାଙ୍କୁ ନିଜ ସହ ସମୟ ବିତାଇବାକୁ ବହୁତ ଭଲ ଲାଗୁଛି ବୋଲି କହିଥିବାର ଶୁଣିବାକୁ ମିଳିଛି।