ଡାକ୍ତରୀ ଚିକିତ୍ସାରେ ବ୍ୟବହାର ହେଉଥିବା ଗଜ କନା ପ୍ରଥମେ କେଉଁଠୁ ଆସିଲା, ତା ନାଁ ଏମିତି କାହିଁକି ହେଲା ? ଜାଣନ୍ତୁ ଏ ସମ୍ପର୍କରେ

ଗଜ କପଡା । ଏହାକୁ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । କାରଣ ଏହା ବିଶେଷ ଭାବେ ଆଘାତ ଲାଗିଥିବା, ରକ୍ତ ବାହାରୁଥିବା ଏବଂ ଆଘାତ ଜାଗାରେ ଔଷଧ ଲଗାଇବା ପରେ ଏହି ସଫେଦ ଧଳା କପଡା ବାନ୍ଧି ଦିଆଯାଏ । ଗୋଡ ହାତ ଭାଙ୍ଗିଥିବା ଜାଗାରେ ପ୍ଳାଷ୍ଟର ସହ ଏହି କପଡା ବନ୍ଧା ଯାଏ । ହେଲେ ଆପଣମାନେ କେବେ ଭାବିଛନ୍ତି କି ଏହି ଗଜ କନା ଚିକିତ୍ସା ଜଗତକୁ ଆସିଲା କେମିତି ? ଏହାର ନାଁ ଏଭଳି କାହିଁକି ହୋଇଛି ? ଆଜି ଆସନ୍ତୁ ଜାଣିବା ଏହି ଗଜ କପଡ଼ା ବିଷୟରେ ।

ଗଜ କପଡ଼ା ପ୍ରଥମେ ପାଲେଷ୍ଟାଇନର ଗାଜା ସହରରେ ତିଆରି ହେଉଥିଲା । ତେଣୁ ଏହାର ନାଁ ଗଜ ହୋଇଥିବା କୁହାଯାଏ । କଟନ, ସିଲକ ଆଦିରୁ ପ୍ରସ୍ତୁତ ଏହି କପଡ଼ା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୁଏ । ତେବେ ଗଜ କନା ଅଧିକ ଭାବେ କଟନରୁ ତିଆରି ହୁଏ କୁହାଯାଏ ଆଗ କାଳରେ ଇଜିପ୍ଟରେ ମୃତଦେହ ବା ‘ମମି’କୁ ବାନ୍ଧୁଥିଲେ । ତେବେ ୧୯୬୦ ପୂର୍ବରୁ ଗଜ କନା ଡାକ୍ତରୀ ଚିକିତ୍ସାରେ ବ୍ୟାଣ୍ଡେଜ ପାଇଁ ବ୍ୟବହାର ହେଲା । ଅବଶ୍ୟ ପ୍ରଥମେ ଏହାକୁ ସୈନିକମନଙ୍କ ଲାଗି ବ୍ୟବହାର କରାଯାଉଥିଲା । ପରେ ସାଧାରଣ ଲୋକଙ୍କ କାମରେ ଲାଗିଲା । ବର୍ତ୍ତମାନ ଏଥିରେ ଅନେକ ପରିବର୍ତ୍ତନ ଆସିଲାଣି ।

ଗଜ କପଡା ଦୁଇଟି ପାଖ ଥାଏ । ଏହା ଏତେ ପତଳା, ନରମ ଓ ହାଲକା ଯେ ଦେହର ଖଣ୍ଡିଆ ଖବର ଜାଗାରେ ଔଷଧ ଓ ତୁଳା ଲଗାଇବା ପରେ ସେଥିରେ ଗଜ କନା ବନ୍ଧାଯାଏ । ଫଳରେ ବାହାରର ସଂକ୍ରମଣ ହୁଏ ନାହିଁ ଏବଂ ଆଘାତ ଥିବା ସ୍ଥାନ ଉପରେ ମଧ୍ୟ ଅଧିକ ଚାପ ପଡେ ନାହିଁ । ଏବେ ଏହି ଆଧୁନିକ ଯୁଗରେ ଗଜ କପଡ଼ା ଫ୍ୟାସନ ଭାବେ ଗ୍ରହଣ କରାଗଲାଣି । ଏଥିରେ ବିଭିନ୍ନ ପ୍ରକାର ପୋଷାକ ତିଆରି ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.