ଖୁବ୍‌ଶୀଘ୍ର ଲଞ୍ଚ୍‌ ହେବ Googleର ପ୍ରଥମ ଫୋଲ୍ଡେବଲ ସ୍ମାର୍ଟଫୋନ୍‌, ରହିଛି ଏସବୁ ଅତ୍ୟାଧୁନିକ ଫିଚର

ନୂଆ ଫୋନ୍‌ ଲଞ୍ଚ୍‌ କରୁଛି ଗୁଗଲ। Pixel 6ର ବଜାର ପ୍ରବେଶ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ଗୁଗଲ। ଇତି ମଧ୍ୟରେ ସୂଚନା ମିଳିଛି ଯେ କମ୍ପାନୀ ଚଳିତବର୍ଷ ଶେଷ ମଧ୍ୟରେ ନିଜର ପ୍ରଥମ ଫୋଲ୍ଡେବଲ ଅର୍ଥାତ୍‌ Pixel fold କୁ ଲଞ୍ଚ୍‌ କରିପାରେ। ଫୋଲ୍ଡେବଲ ସ୍ମାର୍ଟଫୋନ୍‌ ମାର୍କେଟରେ ବର୍ତ୍ତମାନ ସାମସଙ୍ଗର ଦବ୍‌ଦବା ରହିଛି। ନିକଟରେ କମ୍ପାନୀ Galaxy Z Fold 3 ଓ Galaxy Flip 3 କୁ ମଧ୍ୟ ଲଞ୍ଚ୍‌ କରିଛି।

ଅଧିକାଂଶ ସ୍ମାର୍ଟଫୋନ୍‌ କମ୍ପାନୀ ଏବେ ଫୋଲ୍ଡେବଲ ସ୍ମାର୍ଟଫୋନ୍‌ ତିଆରି କରିବାକୁ ଚିନ୍ତା କରୁଛନ୍ତି। ଇତି ମଧ୍ୟରେ ଏକ ଡିସ୍‌ପ୍ଲେ ସପ୍ଲାଏ ଚେନ୍‌ କନ୍‌ସଲଣ୍ଟାଣ୍ଟର ସିନିୟର ଡାଇରେକ୍ଟର ଡେଭିଡ୍‌ ନାରଞ୍ଜୋ ଟ୍ଵିଟ୍‌ ମାଧ୍ୟମରେ Google Pixel fold କୁ ନେଇ ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ ୨୦୨୧ ରେ ଏହି ଫୋନ୍‌ ଲଞ୍ଚ୍‌ ହେବ।

ଗୁଗଲର ଏହି ଅପକମିଂ ଫୋଲ୍ଡେବଲ ସ୍ମାର୍ଟଫୋନ୍‌ରେ ଅନ୍ୟ ମୋବାଇଲ ଭଳି 120Hz ରିଫ୍ରେସ୍‌ ରେଟ୍‌ଯୁକ୍ତ ଡିସ୍‌ପ୍ଲେ ଦିଆଯାଇପାରେ। ଆଶା କରାଯାଉଛି ଯେ ଏହି ଫୋନ୍‌ର ରିୟରରେ ଟ୍ରିପଲ କ୍ୟାମେରା ସେଟ୍‌ଅପ୍‌ ମିଳିବ ଓ ଏହି ସେଟ୍‌ ଅପ୍‌ର ପ୍ରାଇମେରି କ୍ୟାମେରା 50MP ର ରହିବ। ଏହି ଫୋନ୍‌ରେ 12MP ଅଲ୍ଟା ଓ୍ଵାଇଡ୍‌ ଆଙ୍ଗେଲ କ୍ୟାମେରା ଓ 48MP ଟେଲିଫୋନ୍‌ କ୍ୟାମେରା ଦିଆଯିବ ବୋଲି ଅନୁମାନ କରାଯାଉଛି। ତେବେ ଏହି ଫୋନ୍‌ରେ କି କି ଫିଚର ରହିବ ସେ ନେଇ କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.