ଗତ ବର୍ଷ ଅର୍ଥାତ ୨୦୨୦ରେ ପାଖାପାଖି ୨୫୦ଟି ଚାଇନିଜ ଆପ ଉପରେ ଭାରତ ସରକାର ବ୍ୟାନ ଲଗାଇବା ପରେ ଗୋଟେ ପରେ ସ୍ବଦେଶୀ ଆପ ଲଞ୍ଚ ହେବାରେ ଲାଗିଛି । ଚାଇନିଜ ଟିକ ଟକ ବନ୍ଦ ହେବା ପରେ ଗୋଟେ ପରେ ଗୋଟେ ଦେଶୀ ଆପ ଭାରତୀୟ ବଜାରରେ ଲଞ୍ଚ କରାଯାଇ ସାରିଲାଣି । ଆଉ ଏବେ ଏକ ଫେସବୁକ ଆପ ଲଞ୍ଚ ହୋଇଛି । ଯାହାର ନାଁ Bharatam ଆପ ରଖାଯାଇଛି । ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ଼ କରାଯାଇପାରିବ । କୌଣସି ଆପ ବ୍ୟତୀତ ଏହାକୁ ୱେବ ମାଧ୍ୟମରେ ବି ବ୍ୟବହାର କରାଯାଇ ପାରିବ । କହିରଖିବା ଉଚିତ ହେବକି Bharatam ହେଉଛି ଦେଶର ପ୍ରଥମ ସୋସିଆଲ ନେଟୱର୍କିଙ୍ଗ ପ୍ଲାଟଫର୍ମ । ଏହା ମଧ୍ୟ ଦାବି କରାଯାଇଛିକି Bharatam ହେଉଛି ଏକ ସିକ୍ୟୁର ପ୍ଲାଟଫର୍ମ । ଏହାକୁ ନିରଜ ବିଷ୍ଟ ନାମକ ଜଣେ ବ୍ୟକ୍ତି ହିଁ ଲଞ୍ଚ କରିଛନ୍ତି । ଏହା ପୂର୍ବରୁ ନିରଜ Delivery King ଓ Yum Box ସହିତ କାମ କରିସାରିଛନ୍ତି ।
Bharatam ଆପକୁ ଚଳିତ ବର୍ଷ ଜୁଲାଇ ୨୪ ତାରିଖରେ ଗୁଗୁଲ ପ୍ଲେ ଷ୍ଟୋରରେ ପବ୍ଲିସ କରାଯାଇଥିଲା । ଆଉ ଏଯାବତ ଏହାକୁ ୧୨
ହଜାରରୁ ଅଧିକ ସଂଖ୍ୟକ ଲୋକ ଡାଉନଲୋଡ଼ କରିସାରିଲେଣି । ପ୍ରାରମ୍ଭିକ ସ୍ତରରେ ଏଥିରେ ୮ ରୁ ୧୦ ଲକ୍ଷ ଟଙ୍କା ନିବେଶ କରାଯାଇଥିବା ବେଳେ ପ୍ରଥମେ ଏହାକୁ ଏକ ପ୍ରିମିୟମ ମଡେଲ ଭାବରେ ରଖାଯାଇଥିଲା । ଏହି ଆପରେ ଏକ ସର୍ଟ ଭିଡିଓ ବି ଇନବିଲଡ଼ କରାଯାଇଛି ଯାହାର ନାଁ Kalakar ରଖାଯାଇଛି । ଯେବେକି ଏଥିରେ ୧୫ ରୁ ଅଧିକ ସଂଖ୍ୟକ ସ୍ଥାନୀୟ ଭାଷା ଷ୍ଟୋର କରାଯାଇଛି | ଆଇଓଏସ ପାଇଁ ଆସନ୍ତା ମାସ ଲଞ୍ଚ କରାଯିବ ବୋଲି ସୂଚନା ମିଳିଛି ।
ଏହି ଆପରେ ଅଧିକାଂଶ ଫିଚର ଠିକ ଫେସବୁକ ପରି ହିଁ ରଖାଯାଇଛି । ଫେସବୁକରେ ଟ୍ରେଡିଙ୍ଗ ହାସଟାଗ ଦିଆଯାଇନଥିବା ବେଳେ ଏହି ଦେଶୀଆପରେ ଟ୍ରେଡିଙ୍ଗ ହାସଟାଗ ଦିଆଯାଇଛି । ଆଉ ଏହି ହିସାବରେ ନିଜ ନିଜ ପୋଷ୍ଟ ମଧ୍ୟ ସେୟାର କରିପାରିବେ । ଆଉ ମଧ୍ୟ ଏଥିରେ ଏକ୍ସପ୍ଲର, ପପୁଲାର ପୋଷ୍ଟ ପରି ଫିଚର ମାନ ରହିଛି । ଆଉ ମଧ୍ୟ ଏଥିରେ ନିୟରବାୟ ସର୍ଚ୍ଚ ବି ଦିଆଯାଇଛି ଯାହାଦ୍ୱାରା ଲୋକେସନ ଆଧାରରେ ଆପଣ ନିଜ ନିଜ ଫ୍ରେଣ୍ଡ ବନେଇ ପାରିବେ । ଫେସବୁକ ପରି ଏଥିରେ ବି ଫଲୋ କରାଯିବା ସହ ଗେମ ଖେଳାଯାଇପାରିବ ଓ ମୁଭି ବି ଦେଖାଯାଇପାରିବ ।