ପୋହା ପ୍ରେମୀଙ୍କୁ ବହୁତ ପସନ୍ଦ ଆସିବ ପୋହା ଇଡଲୀ

ଆବଶ୍ୟକ ସାମଗ୍ରୀ

୧ କପ୍‌ ଚୂଡା
୧ କପ୍‌ ସୁଜି ଗୁଣ୍ଡ
୧ କପ୍‌ ଦହି
ପାଣି
ସ୍ୱାଦାନୁସାରେ ଲୁଣ
ଫ୍ରୁଟ୍‌ ସଲ୍ଟ

ପ୍ରସ୍ତୁତ ପ୍ରଣାଳୀ

ପୋହା ଇଡଲୀ ବନାଇବା ପାଇଁ ସର୍ବପ୍ରଥମେ ପୋହାକୁ ପାଉଡର କରି ଗ୍ରାଇଣ୍ଡ କରିଦିଅନ୍ତୁ। ଏଥିରେ ଏକ କପ୍‌ ଦହି ମିଶାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ପାଉଡର କରି ରଖିଥିବା ସୁଜିକୁ ପକାଇ ଏକ ବଢ଼ିଆ ଘୋଳ ପ୍ରସ୍ତୁତ କରନ୍ତୁ। ଏହାପରେ ଇଡଲୀର ଘୋଳ ଭଲଭାବେ ହୋଇଗଲା ପରେ ଲୁଣ ଏବଂ ପାଣି ପକାନ୍ତୁ। ଏହି ଘୋଳକୁ ଘୋଡାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ସୁଜି ପାଣିକୁ ଶୋଷିବା ପର୍ଯ୍ୟନ୍ତ ଗୋଟେ ସାଇଡକୁ ଘୋଡାଇ ରଖନ୍ତୁ। ଯଦି ଘୋଳ ସୁଖିଲା ଲାଗେ ତାହେଲେ ସେଥିରେ ସାମାନ୍ୟ ପାଣି ମିଶାଇ ଦିଅନ୍ତୁ। ତିଆରି କରିବାର ଠିକ ପୂର୍ବରୁ ଫ୍ରୁଟ୍‌ ସଲ୍ଟ ପକାନ୍ତୁ ଏବଂ ଇଡଲୀ ଛାଞ୍ଚରେ ଘୋଳକୁ ପକାଇ ଆଞ୍ଚରେ ବସାନ୍ତୁ। ଏହାପରେ ମଝିରେ ଢ଼ାଙ୍କୁଣି ଖୋଲି ଚେକ କରନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପୋହା ଇଡଲୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.