୩୬ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର, ଆସନ୍ତା ୧୩-୧୪ ତାରିଖ ବେଳକୁ ସାମୁଦ୍ରିକ ଝଡ଼ ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ): ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ୩୬ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସୂଚନା ଦେଲା IMD । ପରବର୍ତ୍ତୀ ସମୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୪ରୁ ୫ ଦିନ ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବା ସମ୍ଭାବନା ଥିବା କହିଛି IMD । ତେବେ ବାତ୍ୟା ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ବାତ୍ୟା ପୂର୍ବାନୁମାନ କରିଛି । ଲାୟନରକ୍‌ର ଅବଶିଷ୍ଟାଂଶ ଲଘୁଚାପ ସହ ମିଶିବ । ସ୍ଥିତି ଅନୁକୂଳ ରହିଲେ ସୃଷ୍ଟି ହୋଇପାରେ ବାତ୍ୟା । ଆସନ୍ତା ୧୩-୧୪ ତାରିଖ ବେଳକୁ ସାମୁଦ୍ରିକ ଝଡ଼ ସମ୍ଭାବନା ରହିଛି । ବାତ୍ୟା ହେଲେ ନାଁ ରହିବ ‘ଜଓ୍ଵାଦ୍‌’ । ଏହାର ଗତିପଥ ସ୍ପଷ୍ଟ ହେଇନି । କିନ୍ତୁ ସମ୍ଭାବ୍ୟ ମଡେଲ୍‌ ଦର୍ଶାଉଛି, ଅକ୍ଟୋବର ୧୭ରେ ସମ୍ଭାବ୍ୟ ବାତ୍ୟା ‘ଜଓ୍ଵାଦ୍‌’ ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ କରିପାରେ । ସେହିପରି ଓ୍ଵିଣ୍ଡିର ସାଟେଲାଇଟ୍‌ ଚିତ୍ର ବି ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ଦର୍ଶାଉଛି । ୧୩-୧୪ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ । ଓ୍ଵିଣ୍ଡିର GFS ମଡେଲ କହୁଛି ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିପାରେ ସମ୍ଭାବ୍ୟ ମଡେଲ୍‌ । ଆଜି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.