ଏଥର ଆଉ ହିରୋଇନ୍‌ଙ୍କ ସହ ଲଭ୍‌ କିମ୍ବା ରୋମାନ୍ସ ନୁହେଁ ଭିଲେନ୍‌ ସହ ଫାଇଟ୍‌ କରିବେ ଆୟୁଷ୍ମାନ ଖୁରାନା

ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜ ଜଣେ ଭଲ ଅଭିନେତା ଭାବେ ଗଢି ତୋଳିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା। ନିଜ ରୋମାଣ୍ଟିକ ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଥିବା ଆୟୁଷ୍କାନ ଏବେ ଲଭ ନୁହେଁ ଆକ୍ସନ କରିବେ। ଲଭର ବୟରୁ ଆକ୍ସନ ହିରୋ ସାଜିବେ ଆୟୁଷ୍ମାନ । ଏଥର ଆଉ ହିରୋଇନ୍‌ଙ୍କ ସହ ଲଭ୍‌ ନୁହେଁ ଭିଲେନ୍‌ ସହ କରିବେ ଫାଇଟ୍‌। ଫାଇଟ୍‌ କରି ନିଜ ଆକ୍ସନ ଷ୍ଟଣ୍ଟ ଦେଖାଇବେ ଆୟୁଷ୍ମାନ। ଯାହାକୁ ଦେଖିବା ପାଇଁ ଫ୍ଯାନଙ୍କ ମନରେ ଉତ୍କଣ୍ଠା ମଧ୍ୟ ବଢିଯାଇଛି।

ଆୟୁଷ୍ମାନ ତାଙ୍କ ଅପ୍‌କମିଂ ଫିଲ୍ମ ‘ଆକ୍ସନ ହିରୋ’ର ଘୋଷଣା କରିଛନ୍ତି। ଏଥିସହ ସହ ସୋସିଆଲ ମିଡିଆରେ ଏହି ଫିଲ୍ମର ଏକ ଟିଜର ମଧ୍ୟ ସେ ସେୟାର କରିଛନ୍ତି। ଏହାକୁ ସେୟାର କରି ଆୟୁଷ୍ମାନ ଲେଖିଛି, ‘ଦୁଃଖର କଥା ଯେ, ମୋତେ ଲଢ଼ିବାର ଆକ୍ଟିଂ କରି ଆସେ, କିନ୍ତୁ ଲଢ଼ିବା ଆସେନି। ଏଥିପାଇଁ ମୁଁ ବେଶ୍‌ ଉତ୍ସାହିତ ଅଛି।’

 

View this post on Instagram

 

A post shared by Ayushmann Khurrana (@ayushmannk)

ଆନନ୍ଦ ଏଲ୍‌ ରୟ ଏବଂ ଭୂଷଣ କୁମାରଙ୍କ ପ୍ରଡକ୍ସନରେ ଏହି ଫିଲ୍ମଟି ତିଆରି ହେବ। ଏଥିରେ ଆୟୁଷ୍ମାନ ଲିଡ୍‌ ରୋଲରେ ନଜର ଆସିବେ। ତେବେ ତାଙ୍କ ଅପୋଜିଟରେ କେଉଁ ଅଭିନେତ୍ରୀ ରହିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ନିର୍ମାତା ଭୂଷଣ କୁମାର କହିଛନ୍ତି, ‘ଆୟୁଷ୍ମାନ ଏହି ଫିଲ୍ମର ଆକ୍ସନ ହିରୋ ଚରିତ୍ର ପାଇଁ ପୂରାପୁରି ଫିଟ୍‌ ଅଛନ୍ତି। ଏହା ଟି-ସିରିଜ ସହ ଆୟୁଷ୍ମନଙ୍କ ଏହା ଚତୁର୍ଥ ଫିଲ୍ମ।’

ଏହି ଫିଲ୍ମର ଶୁଟିଂ ଭାରତ ଏବଂ ୟୁକେରେ କରାଯିବ। ଅନିରୁଦ୍ଧ ଆୟର ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି। ଟି-ସିରିଜ ଏବଂ କଲର ୟେଲୋ ପ୍ରଡକ୍ସନର ବ୍ୟାନର ଏହି ଫିଲ୍ମ। ଏହାକୁ ଆନନ୍ଦ ଏଲ୍‌ ରୟ, ଭୂଷଣ କୁମାର ଏବଂ କୃଷ୍ଣ କୁମାର ପ୍ରଡ୍ୟୁସ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.