ଏଥରକ ନବରାତ୍ରରେ ଟ୍ରାଏ କରନ୍ତୁ କିଛି ମିଠା, ଘରେ ବନାନ୍ତୁ ଚକୋଲେଟ୍‌ ପେଡ଼ା

ଅଧିକାଂଶ ଲୋକ ଫ୍ରିଜ୍‌ରେ ମିଠା ରଖିବାକୁ ପସନ୍ଦ କରିଥାନ୍ତି। ଫଳରେ ଯେତେବେଳେ ଇଚ୍ଛା ହେବ ସେତେବେଳେ ସାଙ୍ଗେ ସାଙ୍ଗେ ବାହାର କରି ଖାଇପାରିବେ। ତେବେ ବର୍ତ୍ତମାନ କରୋନା ସମୟ ଚାଲିଥିବାରୁ ବାହାର ଖାଦ୍ୟ ଖାଇବାକୁ କିଛି ଲୋକ ପସନ୍ଦ କରୁନାହାନ୍ତି। ଏଭଳି ସ୍ଥିତିରେ ଆପଣ ଚାହିଁଲେ ଘରେ ମଧ୍ୟ ମିଠା ତିଆରି କରିପାରିବେ। ଏବେ ନବରାତ୍ର ସମୟ ଚାଲିଛି। ଏହି ସମୟରେ ଆପଣ ଘରେ ଶୁଦ୍ଧ ଶାକାହାରୀ ଚକୋଲେଟ୍‌ର ପେଡ଼ା କରି ଖାଇପାରିବେ । ଏହାକୁ ଆପଣ ଅଧିକ ଦିନ ଯାଏଁ ଫ୍ରିଜ୍‌ରେ ମଧ୍ୟ ସାଇତି ପାରିବେ। ତେବେ ଆସନ୍ତୁ ଜାଣିବା ଚକୋଲେଟ୍‌ ପେଡ଼ାର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:

ମିଲ୍କ ପାଉଡର- ୧ କପ୍‌

କ୍ଷୀର- ୨/୩ କପ୍‌

ଦେଶୀ ଘିଅ- ୩ ଚାମଚ

ଚକୋଲେଟ୍‌ ପାଉଡର- ୨ରୁ ୪ କପ୍‌

ପିସ୍ତା ଆବଶ୍ୟକ ମୁତାବକ

ଚିନି ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ଚକୋଲେଟ୍‌ ପେଡ଼ା ତିଆରି କରିବା ପାଇଁ ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍‌ ବସାନ୍ତୁ। ପ୍ୟାନ୍‌ ଗରମ ହୋଇଗଲେ ସେଥିରେ କ୍ଷୀର ପକାନ୍ତୁ। କ୍ଷୀର ୨ ମିନିଟ୍‌ ଫୁଟିଗଲା ପରେ ସେଥିରେ ୧ ଚାମଚ ଘିଅ ଗୋଳାନ୍ତୁ। ଘିଅ ସମ୍ପୂର୍ଣ୍ଣ ରୂପେ କ୍ଷୀରରେ ମିଶିଯିବା ପରେ ସେଥିରେ ମିଲ୍କ ପାଉଡର ପକାଇ ଗୋଳାଇ ଦିଅନ୍ତୁ। ଏବେ ଏହା ଏକ ପେଷ୍ଟ ଭଳି ଦିଶିବ। ଏବେ ଏଥିରେ ସ୍ୱାଦାନୁସାରେ ଚିନି ଗୋଳାନ୍ତୁ। ୪ ମିନିଟ୍‌ ଏହାକୁ ଚାମଚ ଗୋଳାନ୍ତୁ। ଏବେ ଏଥିରେ ଚକୋଲେଟ୍‌ ପାଉଡର ମିଶାନ୍ତୁ ଓ ଚାମଚ ଚଲାଉଥାନ୍ତୁ। ଯେମିତି ପେଷ୍ଟ ତଳେ ନ ଲାଗିବ। ଏବେ ଏହି ମିକ୍ସଚରରେ ପୁଣି ୧ ଚାମଚ ଘିଅ ମିଶାନ୍ତୁ। ଏହି ମିଶ୍ରଣ ମୋଟା ହେବା ଯାଏଁ ଗୋଳାଉଥାଆନ୍ତୁ। ମିକ୍ସଚର ମୋଟା ହୋଇଯିବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଥଣ୍ଡା ହେବା ପରେ ଏହାକୁ ହାତରେ ଛୋଟ ଛୋଟ ପେଡ଼ା ଆକାରର ତିଆରି କରି ପ୍ଲେଟ୍‌ରେ ରଖନ୍ତୁ ଓ ଉପରେ ପିସ୍ତାରେ ସଜାନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ୍‌ ପେଡ଼ା। ଆପଣ ଏହାକୁ ଫ୍ରିଜ୍‌ରେ ବି ସାଇତି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.