ନର୍ଥ ପୋଲରେ ରହିଛି ଦୁନିଆର ଶେଷ ରାସ୍ତା, ଯେଉଁଠି ଦେଖିବାକୁ ପାଇବେ ପୃଥିବୀର ବାସ୍ତବତା

ଦୁନିଆର ଶେଷ ରାସ୍ତା, ରାସ୍ତାଟି ରହିଛି ନର୍ଥ ପୋଲରେ। କିନ୍ତୁ ଏ ନର୍ଥ ପୋଲ କ’ଣ?  ଏହା ପୃଥିବୀର କେନ୍ଦ୍ରସ୍ଥଳ । ଯଦି ଆପଣ ଗ୍ଲୋବ୍ସକୁ ଲକ୍ଷ୍ୟ କରିବେ ତେବେ ଏହାର ଏକ କେନ୍ଦ୍ରବିନ୍ଦୁ ଆପଣ ଦେଖିବେ ଯାହାକି ଏହାର କେନ୍ଦ୍ରସ୍ଥଳକୁ ବୁଝାଏ । ଏହାକୁ ଜିଓଗ୍ରାଫିକ ଟ୍ରୁ ନର୍ଥ ପୋଲ ମଧ୍ୟ କୁହାଯାଏ। ଏହି ସ୍ଥାନରେ ରହିଛି ଦୁନିଆର ଶେଷ ରାସ୍ତା ।

ଏହି ରାସ୍ତାର ନାମ E69। ଏହାର ଆଗକୁ ଆଉ କୌଣସି ବି ରାସ୍ତା ନାହିଁ। ଏହାର ଆଗରେ ଆପଣ କେବଳ ବରଫ ଏବଂ ସମୁଦ୍ର ହିଁ ଦେଖିବାକୁ ପାଇବେ। ଏହି ରାସ୍ତା ମାତ୍ର ୧୪ କିଲୋମିଟରର । ଏହି ହାଇେଓ୍ଵର କିଛି ସ୍ଥାନ ରହିଛି ଯେଉଁଠି ଚାଲିକି ଯିବାକୁ ବି ବାରଣ କରାଯାଇଛି। ଏହି ରୋଡରେ ଗଲେ ଆପଣ ଅନ୍ୟ କିଛି ଜଣଙ୍କୁ ସାଙ୍ଗରେ ନେବାକୁ ପଡ଼ିବ । କାରଣ ଏହାର ଚାରିପାଖରେ ବରଫ ଘେରି ରହିଥିବାରୁ ହଜିଯିବାର ସମ୍ଭାବନା ରହିଥାଏ। ଶୁଣିବାକୁ ଏମିତି ମିଳେ ଯେ, ଏଠାରେ ୬ ମାସ ଦିନ ଓ ୬ ମାସ ରାତି ହୋଇଥାଏ । ଶୀତ ଦିନରେ ଏହାର ତାପମାତ୍ରା –୪୩ଡିଗ୍ରୀ ସେଲସିିୟସ ପର୍ଯ୍ୟନ୍ତ ବଢ଼ିଯାଇଥାଏ। ଖରାଦିନରେ ଏହିସ୍ଥାନର ତାପମାତ୍ରା 0 ଡିଗ୍ରୀ ସେଲସିୟସ ରହିଥାଏ।

ଏତେ ଥଣ୍ଡା ଜଳବାୟୁ ସତ୍ତ୍ୱେ ମଧ୍ୟ ଏଠାରେ ଅନେକ ଲୋକ ରହୁଛନ୍ତି। ଅନେକ ବର୍ଷ ପୂର୍ବରୁ ଏଠାରେ କେବଳ ମାଛ ବ୍ୟବସାୟ ହେଉଥିବା ବେଳେ ୧୯୩୦ ମସିହା ପରଠୁ ଏହିସ୍ଥାନର ବିକାଶ ଧିରେ ଧିରେ ହେଲା। ଏଠାକୁ ଅନେକ ଲୋକ ବୁଲିବାକୁ ଆସିଲେ। ବର୍ଷ ୧୯୩୪ରେ ଏଠାରେ ଲୋକମାନଙ୍କ ସୁବିଧା ପାଇଁ ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଗଲା। ଦୁନିଆର ଶେଷ ରାସ୍ତାକୁ ବୁଲିବାକୁ ଆସୁଥିବା ଲୋକ ଏଠାରେ ଅଲଗା ଅନୁଭୂତି ପାଇଥାନ୍ତି। ଏଠାରେ ବିଶେଷ କରି ସୂର୍ଯ୍ୟାସ୍ତ ଓ ପୋଲାର ଲାଇଟ ରୋମାଞ୍ଚକର ଭାବେ ଦୃଶ୍ୟମାନ ହୁଏ । ଏହି ଲାଇଟ ସବୁଜ ଓ ନାଲି ରଙ୍ଗର ହୋଇଥାଏ । ତେବେ ଆପଣ ଯଦି ଦୁନିଆର ଶେଷ ରାସ୍ତାକୁ ଯିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଥରେ ବୁଲି ଆସନ୍ତୁ। ପ୍ରକୃତିର ଏକ ନିଆରା ଓ ବାସ୍ତବ ଅନୁଭବ ଆପଣ ଏଠାରେ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.