ବୌଦ୍ଧ କପାସିରାରେ ଡିଲ୍‌ ବେଳେ ମାଡିବସିଲା STF: ୨ଟି ଚିତା ବାଘ ଛାଲ ଜବତ, ଜଣେ ଗିରଫ

ବୌଦ୍ଧ(କେନ୍ଯୁଜ୍): ଡିଲ୍‌ ବେଳେ ମାଡିବସିଲା। ଜବତ ହେଲା ୨ଟି ଚିତା ବାଘ ଛାଲ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କପାସିରାରେ ଜଣେ ବ୍ୟକ୍ତିଙ୍କଠାରୁ ୨ଟି ଚିତା ବାଘ ଛାଲ ଜବତ ହୋଇଛି । ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ କଣ୍ଟାମାଲ ଥାନା ନାରାୟଣପ୍ରସାଦ ପଂଚାୟତ ଲୁଣ୍ଡୁରୁ ଗାଁର ଜିବର୍ଦ୍ଧନ ଭୋଇ ।

ସୂଚନା ଅନୁଯାୟୀ, ବାଘ ଛାଲ ଚୋରା ଚାଲାଣ ହେଉଥିବା ଖବର ପାଇ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌ ସୋନପୁରରେ କ୍ୟାମ୍ପ କରିଥିଲେ । ଗତକାଲି ରାତିରେ ବାଘ ଛାଲ ଚୋରା ଚାଲାଣ ବେଳେ ପୋଲିସ ଚଢଉ କରିଥିଲା । ଅଭିଯୁକ୍ତ ଏକ ପ୍ଲାଷ୍ଟିକ ବସ୍ତାରେ ବାଘ ଛାଲ ନେଇ ଯାଉଥିବା ବେଳେ ତାକୁ ଗିରଫ କରାଯାଇ ବୌଦ୍ଧ DFOଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ବନବିଭାଗ ମନମୁଣ୍ଡାରେ ଏକ ମାମଲା ରୁଜୁ ହୋଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.