କେନ୍ୟୁଜ୍(ବ୍ୟୁରୋ): କରୋନା ଟୀକାକରଣ କେବଳ କରୋନାରୁ ରକ୍ଷା ଦେଇନଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। କରୋନା ଟିକା ନେଇଥିବା ଲୋକଙ୍କ ଅନ୍ୟ ରୋଗରେ ମୃତ ହାର ଟିକା ନନେଇଥିବା ଲୋକଙ୍କ ଠାରୁ କମ୍ ବୋଲି ଗବେଷଣାରୁ ଜଣାପଡିଛି। ସିଡିସି ୱେବସାଇଟରେ ପ୍ରକାଶିତ ହୋଇଛି ଏହି ତଥ୍ୟ । କୋଭିଡ଼ ଭ୍ୟାକ୍ସିନ ସୁରକ୍ଷିତ। କରୋନା ଭ୍ୟାକ୍ସିନ କରୋନା ସଂକ୍ରମଣ ସହ ଅନ୍ୟ ଗମ୍ଭୀର ରୋଗ ଓ ମୃତ୍ୟୁରୁ ମଧ୍ୟ ବଞ୍ଚାଇଥାଏ। ଭ୍ୟାକ୍ସିନ ନେଇନଥିବା ଲୋକଙ୍କ ମୃତ୍ୟୁ ଆଶଙ୍କା ଭ୍ୟାକ୍ସିନ ନେଇଥିବା ବ୍ୟକ୍ତି ଠାରୁ ୧୧ ଗୁଣା ଅଧିକା ।
ଡିସେମ୍ବର ୨୦୨୦ରୁ ଜୁଲାଇ ୨୦୨୧ ମଧ୍ୟରେ ଜନସନ , ଫାଇଜର, ମଡେର୍ଣ୍ଣା ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। କରୋନା ଭ୍ୟାକ୍ସିନ ନେଇଥିବା ୬୪ ଲକ୍ଷ ବ୍ୟକ୍ତି ଓ ଭ୍ୟାକ୍ସିନ ନନେଇ କେବଳ ଫ୍ଲୁ ସଟସ୍ ନେଇଥିବା ୪୬ ଲକ୍ଷ ବ୍ୟକ୍ତିଙ୍କୁ ନେଇ ସର୍ଭେ କରାଯାଇଥିଲା। କରୋନା ଭ୍ୟାକ୍ସିନ ନେଇଥିବା ଲୋକମାନଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା କମ ଥିବା ଏଥିରୁ ଜଣାପଡିଛି। ଭ୍ୟାକ୍ସିନ ନେଇଥିବା ଲୋକମାନେ ଭ୍ୟାକ୍ସିନ ନନେଇଥିବା ଲୋକମାନଙ୍କ ଠାରୁ ଅଧିକ ସୁସ୍ଥ।