ସ୍ଵପ୍ନରେ ହନୁମାନଙ୍କ ପଞ୍ଚମୁଖୀ ରୂପ ଦେଖିବା ଦେଇଥାଏ ଏହି ସଂକେତ, ଜାଣନ୍ତୁ ଏହା ଶୁଭ ନା ଅଶୁଭ

ମଣିଷ ନିଦ୍ରାବସ୍ତାରେ ସ୍ବପ୍ନ ଦେଖେ। ବେଳେ ବେଳେ ଆମେ ଭଗବାନଙ୍କ ସ୍ବପ୍ନ ବି ଦେଖିଥାଉ। ତେବେ ପ୍ରତ୍ୟେକ ସ୍ବପ୍ନର କିଛି ମହତ୍ୱ ଥାଏ। ହନୁମାନ ଭଗବାନଙ୍କୁ ସ୍ବପ୍ନରେ ଦେଖିବା କିଛି ବିଶେଷ ସଂକେତ ଦେଇଥାଏ। ହନୁମାନଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ହନୁମାନଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ। ହନୁମାନଙ୍କୁ ପ୍ରସନ୍ନ କରିବାକୁ ମଙ୍ଗଳବାର ଓ ଶନିବାର ହେଉଛି ଉତ୍ତମ ଦିନ। ଯଦି ଆପଣ ସ୍ବପ୍ନରେ ହନୁମାନଙ୍କୁ ଦେଖନ୍ତି ତାହେଲେ ମଙ୍ଗଳବାର ଦିନ ଏହି କାମ ନିଶ୍ଚୟ କରିବା ଉଚିତ।

ସ୍ବପ୍ନରେ ଯଦି ହନୁମାନଙ୍କ ବାଲ୍ୟ ରୂପ ଦେଖନ୍ତି ତାହେଲେ ଶୁଭ ସଂକେତ ଦେଇଥାଏ। ଏହା ସଂକେତ ଦେଇଥାଏ ଯେ ଆଗାମୀ ଦିନରେ ଆନନ୍ଦ ପ୍ରାପ୍ତି ହେବ। ହନୁମାନଙ୍କ ବାଲ୍ୟ ରୂପ ସଂକେତ ଦେଇଥାଏ ଯେ ଆଗାମୀ ଦିନରେ ଆପଣ କିଛି ନୂଆ ବିଦ୍ୟା ଶିକ୍ଷା କରିପାରନ୍ତି। ଲୋକଙ୍କ ସ୍ନେହ ପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ।

ସ୍ବପ୍ନରେ ଯଦି ଆପଣ ହନୁମାନଙ୍କ ପଞ୍ଚମୁଖୀ ରୂପ ଦେଖନ୍ତି ତାହେଲେ ଏହା ସଂକେତ ଦେଇଥାଏ ଯେ ଆଗାମୀ ଦିନରେ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତ ହେବ। ଏହା କୌଣସି କାର୍ଯ୍ୟ ପୂର୍ଣ୍ଣ ହେବାର ମଧ୍ୟ ସଂକେତ ଦେଇଥାଏ। ସ୍ବପ୍ନରେ ପଞ୍ଚମୁଖୀ ହନୁମାନଙ୍କୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହି ରୂପ ଦେଖିବା ଦ୍ୱାରା ବଡ ବଡ ସମସ୍ୟାରୁ ମୁକ୍ତି ମିଳିଥାଏ କିମ୍ବା ବଡ ଲାଭ ପ୍ରାପ୍ତ ହୋଇଥାଏ। ଭଗବାନଙ୍କ ଏହି ରୂପ ଜୀବନରେ ଉନ୍ନତିର ସଂକେତ ଦେଇଥାଏ।

ସ୍ବପ୍ନରେ ହନୁମାନ ଦେଖାଦେଲେ ମଙ୍ଗଳବାର ଦିନ ହନୁମାନଙ୍କ ସ୍ୱତନ୍ତ୍ର ପୂଜା କରିବା ଉଚିତ। ସ୍ବପ୍ନରେ ଯଦି ହନୁମାନ ଦଣ୍ଡ ଦେଉଥିବା ନଜର ଆସନ୍ତି ତାହେଲେ ଏହାକୁ ଗମ୍ଭୀରତାର ସହ ନେବା ଉଚିତ ଏବଂ କ୍ଷମା ପ୍ରାର୍ଥନା କରିବା ଉଚିତ। ମଙ୍ଗଳବାର ଦିନ ହନୁମାନଙ୍କୁ ବସ୍ତ୍ର ଅର୍ପଣ କରିବା ଉଚିତ। ଅଭାବୀ ଓ ଆବଶ୍ୟକୀୟ ଲୋକଙ୍କୁ ଦାନ କରିବା ଉଚିତ। ଏହାସହ ହନୁମାନ ଚାଳିଶା ପାଠ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.