Below header

ଭାରତ ପ୍ରସ୍ତୁତ ଭ୍ୟାକ୍ସିନର ବଢୁଛି ଚାହିଦା, ୯୬ଟି ଦେଶ ତରଫରୁ ମିଳିସାରିଲାଣି ମଞ୍ଜୁରୀ

ଭାରତରେ ପ୍ରସ୍ତୁତ କରୋନା ଭ୍ୟାକସିନ ଧୀରେ ଧୀରେ ବିଶ୍ୱରେ ଅଧିକାଂଶ ଦେଶ ମାନଙ୍କ ଦ୍ୱାରା ଆଦୃତ ହୋଇଗଲାଣି । ଭାରତର ଦେଶୀ ଟୀକା ବା ଦେଶରେ ପ୍ରସ୍ତୁତ ହେଉଥିବା କୋଭାକସିନ ଓ କୋଭିସିଲର୍ଡକୁ ଏଯାବତ ୯୬ ଦେଶ ସ୍ୱୀକୃତି ପ୍ରଦାନ କରିସାରିଲେଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡ଼ବ୍ଲ୍ୟୁଏଚଓ ଦ୍ୱାରା ଆଦୃତ ଏହି ଦୁଇ ଭ୍ୟାକସିନକୁ ଏଣିକି କୌଣସି ଜରୁରୀ ପରିସ୍ଥିତିରେ ଦିଆଯାଇପାରିବ । ଆଗକୁ ଭାରତ ପ୍ରସ୍ତୁତ ଟୀକା ଗୁଡିକର ଲୋକପ୍ରିୟତା ଆହୁରି ବଢିବା ସହିତ ଆହୁରି ଅଧିକ ସଂଖ୍ୟକ ଦେଶ ସ୍ୱୀକୃତି ଦେବେ ବୋଲି ଆଶା କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ କହିବା ଅନୁଯାୟୀ ଏପର୍ଯ୍ୟନ୍ତ who ମୋଟ ରୂପରେ ବିଶ୍ଵବ୍ୟାପୀ ୮ ଟି କୋଭିଡ- 19 ଟୀକାକୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ସେମଧ୍ୟରୁ କେବଳ ଭାରତରୁ ୨ ଟି ଟୀକା ରହିଛି । ସେମଧ୍ୟରୁ କୋଭାକସିନକୁ ଭାରତ ବାଈଓଟେକ ପ୍ରସ୍ତୁତ କରୁଥିବା ବେଳେ କୋଭିଲିଲଡ଼କୁ ସିରମ ଇନ୍ଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଥିବା ଜଣାଯାଇଛି । ମନ୍ତ୍ରୀଙ୍କ ଅନୁଯାୟୀ ଆମ ପାଇଁ ଏହା ଗର୍ବର ବିଷୟ ଯେ କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ., ୟୁକେ, ଜର୍ମାନୀ, ଫ୍ରାନ୍ସ , ରୁଷ, ବେଲଜିୟମ, ସ୍ୱିଜରଲ୍ୟାଣ୍ଡ ପରି ବଡ ବଡ ରାଷ୍ଟ୍ର ଆମର ଏହି ଦୁଇ ଟୀକାକୁ ସ୍ୱୀକୃତି ଦେଇସାରିଛନ୍ତି । ଆଉ ମଧ୍ୟ ଆମ ଦେଶରେ ଆଜି ଭିତରେ ୧୦୯ କୋଟିରୁ ଅଧିକ ଲୋକ କରୋନା ଟୀକା ନେଇସାରିଲେଣି ।

ଆମ ସରକାର ଲଗାତାର ଭାବରେ ବିଶ୍ୱର ଅନ୍ୟ ରାଷ୍ଟ୍ର ଗୁଡିକ ସହିତ ସମ୍ପର୍କରେ ଅଛନ୍ତି । ତେଣୁ ଏହି ଦେଶ ମାନଙ୍କର ସମସ୍ତ ନାଗରିକ ପରସ୍ପର ରାଷ୍ଟ୍ରକୁ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପର୍ଯ୍ୟଟନ ଆଦି ଜରୁରୀ କାମ ପାଇଁ ଯିବାଆସିବା କରିପାରିବେ । ବିଶ୍ୱର ସର୍ବାଧିକ ଦିଆଯାଇ ସାରିଥିବା ଟୀକାକୁ ମଞ୍ଜୁରୀ ଦେବାକୁ ବିଭିନ୍ନ ଦେଶ ନିଜ ନିଜ ଭିତରେ ଆଲୋଚନା ଜାରି ରଖିଛନ୍ତି । ଅନେକ ଦେଶ ପରସ୍ପର ସହମତିରେ ଟୀକାକୁ ମଞ୍ଜୁରୀ ଦେବାକୁ ଚେଷ୍ଟା ଜାରି ରଖିଛନ୍ତି । ଯେଉଁମାନେ ବିଦେଶ ଭ୍ରମଣ କରିବାକୁ ଲକ୍ଷ ରଖିଛନ୍ତି ସେମାନେ Co-Win ପୋର୍ଟାଲରୁ ସାର୍ଟିଫିକେଟ ଡାଉନଲୋଡ଼ କରିପାରିବେ ।

ଦିଆଯାଇଥିବା ସୂଚନା ମୁତାବକ ଆୟାରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍ପେନ, ବଙ୍ଗଳାଦେଶ, ଫିନ ଲ୍ୟାଣ୍ଡ, ମାଲି, ଘନା, ସିଏରା ଲିଓନ, ନାଇଜେରିଆ, ସର୍ବିଆ, ପୋଲାଣ୍ଡ, ସ୍ଲୋଭାକ ରିପବ୍ଲିକ, କ୍ରୋଏସିଆ, ବୁଲଗାରିଆ, ଟର୍କୀ, କ୍ରେଜ ରିପବ୍ଲିକ, ସ୍ୱିଜରଲ୍ୟାଣ୍ଡ, ସ୍ୱିଡ଼େନ, ଅଷ୍ଟ୍ରିଆ, ରସିଆ, କୁଏତ, ୟୁଏଇ, ବାହାରିନ, କତାର ପରି ଦେଶ ଏହି ଟୀକା ଉପରେ ମୋହର ମରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.