ଦିଲ୍ଲୀରେ NSA ଅନ୍ତରାଷ୍ଟ୍ରୀୟ ବୈଠକ : ୭ଟି ଦେଶ ଆଫଗାନିସ୍ତାନ ସ୍ଥିତି ଉପରେ କରିଛି ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀରେ NSA ବୈଠକ । ଆଫଗାନିସ୍ତାନ ଉପରେ ଭାରତ ସମେତ ୭ ଟି ଦେଶର NSA ସ୍ତରୀୟ ବୈଠକ ହୋଇଛି। ଏହି ବୈଠକର ଅଧ୍ୟକ୍ଷତା କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ବୈଠକରେ ଆଫଗାନିସ୍ତାନର ଭବିଷ୍ୟତ ନେଇ ଆଲୋଚନା ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଭାରତ ସମେତ ୭ ରାଷ୍ଟ୍ରର ଜାତୀୟ ସୁରକ୍ଷା ପରାମର୍ଶ ଦାତା। ଉଜବେକିସ୍ତାନ, ତାଜିକିସ୍ତାନ, ରୁଷ, ଇରାନ ଓ କଜାକସ୍ତାନ, କିର୍ଗିସ୍ତାନ ଓ ତୁର୍କମେନିସ୍ତାନର ଶୀର୍ଷ ସୁରକ୍ଷା ଅଧିକାରୀ ସାମିଲ ହୋଇଛନ୍ତି।

ସୂଚନା ଅନୁଯାୟୀ ଆଫଗାନସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ବୈଠକରେ ଆଲୋଚନା ହୋଇଛି। ଆଫଗାନର ଏବେ ସାମାଜିକ ଓ ଆର୍ଥିକ ସ୍ଥିତି ଚିନ୍ତାଜନକ ରହିଛି। ଏଥିସହିତ ଦେଶ ମାନବୀୟ ସଙ୍କଟ ଦେଇ ଗତିକରୁଛି । ଏହା ସହ କିଛି ଦେଶ ସହ ଆଫଗାନ ସୀମା ଲାଗି ରହିଥିବାରୁ ଆତଙ୍କବାଦୀ ଆକ୍ରମଣର ବିପଦ ବଢିଯାଇଛି। ମାଦକ ପଦାର୍ଥ ତସ୍କରୀ ମଧ୍ୟ ବଢିଚାଲିଛି। ଏହାର ସ୍ଥାୟୀ ସମାଧାନ ନିମନ୍ତେ ବୈଠକରେ ଆଲୋଚନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.