‘ଦିଲବର୍‌’ ପରେ ପୁଣି ‘କୁସୁ କୁସୁ’ ଗୀତରେ ଫ୍ୟାନ୍ସଙ୍କୁ ମତୁଆଲା କଲେ ନୋରା, ଦେଖିବାକୁ ମିଳିଲା ଦମଦାର ବେଲି ଡ୍ୟାନ୍ସ

ଅଭିନେତ୍ରୀ ନୋରା ଫତେହୀ ସବୁବେଳେ ବେଲି ଡ୍ୟାନ୍ସ ପାଇଁ ଚର୍ଚ୍ଚାରେ ଥାନ୍ତି। ନୋରାଙ୍କ ଦିଲବର ଡ୍ୟାନ୍ସ ପରେ ଏବେ ଫିଲ୍ମ ସତ୍ୟମେଦ ଜୟତେ ୨’ ର ଗୀତ ‘କୁସୁ କୁସୁ’ ଧମାଲ୍‌ କରୁଛି। ଫିଲ୍ମ ସତ୍ୟମେବ ଜୟତେ’ର ଗୀତ ଦିଲବର’ର ସଫଳତା ମିଳିବା ପରେ ଫ୍ୟାନ୍ସଙ୍କ ମନ ଜିତୁଛି। ନୋରାଙ୍କ ଦିଲବର, ଓ ସାକି ସାକି, ରକ୍‌ ଦ ପାର୍ଟି ପରେ ପୁଣି ଜନଙ୍କ ସହିତ ନଜର ଆସିବେ । ଫିଲ୍ମର ନିର୍ମାତା ମିଲାପ ଜାଭେରୀ ଏଥର ‘କୁସୁ କୁସୁ’ ଗୀତ ସହିତ ହ୍ୟାଟ୍ରିକ୍‌ କରିବାକୁ ଯାଉଛନ୍ତି।

ନୋରା ଇନଷ୍ଟାଗ୍ରାମରେ ଏହି ଗୀତର ଏକ ସଟ୍‌ ଭିଡିଓ ସେୟାର କରି କହିଛନ୍ତି, ‘ସତ୍ୟମେବ ଜୟତେ’ ମୋ ଜୀବନରେ ବହୁତ ଖାସ୍‌ ସ୍ଥାନରେ ରହିଛି। ଆଉ ଏବେ ‘ସତ୍ୟମେବ ଜୟତେ ୨’ରେ ଅଂଶ ହୋଇ ବହୁତ ଖୁସି ରହିଛି। ମିଲାପ, ନିଖିଲ ଏବଂ ଭୂଷଣ କୁମାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଗୀତରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଉତ୍ସାହିତ ରହିଛି।

ଗତ କିଛିମାସ ତଳେ ନୋରାଙ୍କ ଗୀତ ‘ଜାଲିମା କୋକା କୋଲା ପିଲା ଦେ’ର ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଥିଲା। ଏହା ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ ଫିଲ୍ମର ଗୀତ ରହିଥିଲା। ଏଥିରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଆସିଥିଲେ। ନୋରାଙ୍କ ଏହି ଗୀତ ମଧ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏହି ଗୀତକୁ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ କୋରିଓଗ୍ରାଫ କରିଥିଲେ। ଗୀତଟି ଟି- ସିରିଜ ବ୍ୟାନରରେ ରିଲିଜ କରାଯାଇଛି।

ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲାରେ ନୋରା ଫତେହୀଙ୍କୁ ସମନ କରିଥିଲା। ଏହି ମାମଲାରେ ଇଡି ଅଫିସରେ ହାଜର ହୋଇଥିଲେ ନୋରା। ୨୦୦ କୋଟି ଟଙ୍କା ମନି ଲଣ୍ଡ୍ରିଂ କେସ ମାମଲାରେ ଏହି ପଚରାଉଚରା ହୋଇଥିଲା।

video courtsey: T-Series

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.