ଚେନ୍ନାଇରେ ପ୍ରବଳ ବର୍ଷା: ୨୦୧୫ ର ଭୟ ଏଯାଏ ଯାଇନି, କାର୍‌ ଭାସିଯିବା ଭୟରେ ଲୋକେ ଓଭର ବ୍ରିଜରେ ପାର୍କ କଲେ କାର୍‌,

ଚେନ୍ନାଇ : ଚେନ୍ନାଇରେ ଏବେ ପ୍ରବଳ ବର୍ଷା । ବର୍ଷାରେ ରାସ୍ତା ଘାଟରେ ଅଣ୍ଟାଏ ପାଣି । ଲୋକେ ଘରୁ ବାହାରି ପାରୁ ନାହାଁନ୍ତି । ସହରରେ କୁତ୍ର୍ତ୍ରିମ ବନ୍ୟା । ବର୍ଷା ଜଳରେ ବହୁ ଦରକାରୀ ବସ୍ତୁ ଭାସିଯାଉଛି । ଲୋକେ ନିଜର କାର ଭାସିଯିବା ଭୟରେ କାରଗୁଡ଼ିକୁ ଉଚ୍ଚ ସ୍ଥାନରେ ପାର୍କିଂ କରୁଥିବାର ଦେଖାଯାଇଛି ।

୨୦୧୫ ମସିହାର ଭୟ ଏଯାଏ ଲୋକଙ୍କ ମନରୁ ଯାଇନି । ୨୦୧୫ ମସିହାରେ ହୋଇଥିବା ପ୍ରବଳ ବନ୍ୟାରେ ବହୁ ଲୋକଙ୍କ କାର୍‌ ଭାସିଯାଇଥିଲା । ଏବେ ଚେନ୍ନାଇରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ଆଉ ଏକ ଲଘୁଚାନ ସୃଷ୍ଟି ହୋଇଛି । ଯାହା ଫଳରେ ପୁଣି ପ୍ରବଳ ବର୍ଷା ଆଶଙ୍କା ସୃଷ୍ଟି ହୋଇଛି ଚେନ୍ନାଇରେ । ଲୋକେ ନିଜ କାର ଭାସିଯିବା ଭୟରେ ନିଜର କାରଗୁଡ଼ିକୁ ଉଚ୍ଚ ସ୍ଥାନ ଓ ଓଭର ବ୍ରିଜ ଉପରେ ପାର୍କିଂ କରୁଥିବା ଦେଖାଯାଇଛି ।

ଥାନ୍ତତାଇ ପେରିଆର କଲୋନୀର ସୂର୍ଯ୍ୟ କେ ତାଙ୍କର ଜାଇଲୋ କାର୍‌ କୁ ତାଙ୍କ ଘର ନିକଟସ୍ଥ ଓଭରି ବ୍ରିଜରେ ପାର୍କିଂ କରିଥିବା ବେଳେ ରଂଗନାଥ ନାମକ ଜଣେ ବ୍ୟବସାୟୀ ତାଙ୍କର କାର୍‌ ଭେଲଚାରୀ ସ୍ଥିତ କମ୍ବର ଷ୍ଟ୍ରିଟରେ ପାର୍କିଂ କରିଛନ୍ତି ।
ଏବେ ବି ବହୁ ତଳି ଅଂଚଳ ପାଣି ଘେରରେ ରହିଛି । ପାଣିପାଗ ବିଭାଗ ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଓ୍ଵାଣ୍ଣିଂ ଦେଇଥିବାରୁ ଲୋକେ ଆଗୁଆ ସତର୍କ ସ୍ୱରୁପ ଏଭଳି ପଦକ୍ଷେପ ନେଇଛନ୍ତି । ଫଳରେ ଓଭର ବ୍ରିଜ ଉପରେ କାରର ଲମ୍ବା ଲାଇନ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.