ଜଗତପୁର ପୋଲିସକୁ ମିଳିଲା ବଡ଼ ସଫଳତା, ଗିରଫ ହେଲେ ଚାରି ଡକାୟତ

କଟକ(କେ ନ୍ୟୁଜ): କଟକ ଜଗତପୁର ସତ୍ୟଭାମାପୁର ଠାରେ ଥିବା SBIର ଗ୍ରାହକ ସେବା କେନ୍ଦ୍ରରେ ଘଟିଥିବା ଡକାୟତି ଘଟଣାର ତଦନ୍ତ କରୁଥିବା ଜଗତପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବା ସହ ଡକାୟତିରେ ବ୍ୟବହାର କରାଯାଇଥିବା ବନ୍ଧୁକ ଓ ଏକ ଖଣ୍ଡା ଏବଂ ଲୁଟ ହୋଇଥିବା ଏକ ଲକ୍ଷ ଟଙ୍କାକୁ ମଧ୍ୟ ଜବତ କରିଛି ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତବତ ଗତ ମାସ ୪ ତାରିଖରେ ଏହି ଡକାୟତି ଘଟଣା ଘଟିଥିଲା । ସେଦିନ ଅପରାହ୍ନ ପ୍ରାୟ ୧୨ ବେଳେ ଅଭିଯୁକ୍ତ ମାନେ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ଗୁଳି ଚାଳନା କରିବା ସହ ସମସ୍ତ କର୍ମଚାରୀଙ୍କୁ ବନ୍ଧକ ରଖିଥିଲେ ଏବଂ ଏହା ପରେ ଗ୍ରାହକ ସେବା କେନ୍ଦ୍ରରୁ ଏକ ଲକ୍ଷ୍ୟ ୩୦ ହଜାର ଟଙ୍କା ଲୁଟ କରି ନେଇଥିଲେ।

ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଗତକାଲି ଏହି ଗାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଧରିବା ପରେ ଅନ୍ୟ ଦୁଇ ଡକାୟତ ମଧ୍ୟ ଧରା ପଡ଼ିଥିଲେ । ତେବେ ଏହି ଗାଙ୍ଗ ସାଲେପୁର ଓ ଟାଙ୍ଗୀ ଅଞ୍ଚଳରେ ଥିବା ଅନେକ ବ୍ୟାଙ୍କ ଡକାୟତିରେ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହା ସହ ଏହି ଗାଙ୍ଗକୁ ଗୋବିନ୍ଦପୁର ବାସିନ୍ଦା ଦୁଇ ଭାଇ ଦିପୁ ଓ ଲିପୁ ଏହି ଲୁଟର ମାଷ୍ଟର ମାଇଣ୍ଡ ଥିଲେ।

Leave A Reply

Your email address will not be published.