ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର-OCAC ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ଵାଟସ ଆପ ଆକାଉଣ୍ଟ ହ୍ୟାକ ପଛରେ ନାଇଜେରିଆ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ହ୍ୟାକର ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ । ହ୍ୟାକରଙ୍କ କଥାବାର୍ତ୍ତାରୁ ସେ ନାଇଜେରିଆର ହୋଇଥିବା ସନ୍ଦେହ କରାଯାଉଛି । ହ୍ୟାକ ପରେ ଆକାଉଣ୍ଟରୁ ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ଓ ଠକେଇ ପରେ ବିଭିନ୍ନ ଆକାଉଣ୍ଟକୁ ଯାଇଛି ଟଙ୍କା ।
ଏଥିସହିତ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିବାକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିକି ସଂଜୀବ ପଣ୍ଡା । ଏହି ଠକେଇ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ୪ ଜଣିଆ ଟିମ୍ । ଡିଏସପି ଆର. ସି ଦୋରାଙ୍କ ନେତୃତ୍ୱରେ ଟିମ୍ ତଦନ୍ତ ଚଳାଇଛି । ଓକାକ ସିଇଓ ତଥା E&IT ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକ ହ୍ୟାକରଙ୍କ ଶୀକାର ହୋଇଥିଲେ। ମନୋଜଙ୍କ ହ୍ଵାଟ୍ସ ଆପ୍ ନମ୍ବର ହ୍ୟାକ୍ କରି ତାଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗି ହ୍ୟାକର ୭ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଅଭିଯୋଗ ହୋଇଛି ।