ଅଦ୍ଭୁତ ସ୍କୁଲ , ଏଠାରେ ପାଠ ନୁହଁ ବରଂ ଡେଟିଂର ଦିଆଯାଉଛି ଟ୍ରେନିଂ

ଟେକ୍ନୋଲୋଜି , ପ୍ରଡ଼ୋକ୍ସନ୍ ଏବଂ ଇନଭେସନ୍ ମାମଲାରେ ଚାଇନା ଦୁନିଆରେ ସବୁଠାରୁ ଆଗରେ ରହିଛି।କିନ୍ତୁ ଆଜି ଆମେ ଚାଇନାରେ ଥିବା ଏପରି ଏକ ସ୍କୁଲ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ବିଦ୍ଯାର୍ଥିଙ୍କୁ ଦିଆଯାଉଛି ଡ଼େଟିଂର ଟ୍ରେନିଂ। ଆଜ୍ଞା ହଁ,ଏହି ସ୍କୁଲରେ ପୁରୁଷ ଏବଂ ମହିଳାଙ୍କ ମନ ଜିତିବାର ଉପାୟ ଶିଖାଯାଉଛି। ଚାଇନାର ବେଜିଂରେ ଥିବା ଏହି ସ୍କୁଲରେ ସଂପୂର୍ଣ୍ଣ ଟ୍ରେନିଂ ଦିଆଯାଇଥାଏ ଯେପରି ପ୍ରଥମ ଦେଖାରେ ସାଥି ଆପଣଙ୍କ ପ୍ରେମରେ ପାଗଳ ହୋଇଯିବେ।

chiana

ତେବେ ମହିଳାଙ୍କୁ କିପରି ନିଜର କରିବେ ତାହାର ଟ୍ରେନିଂ ଦିଆଯାଉଥିବା ସ୍କୁଲର ଫିସ ବିଷୟରେ ଶୁଣି ଆପଣ ମୁଣ୍ଡରେ ହାତ ଦେବେ। ଡ଼େଟିଂର ଟ୍ରେନିଂ ଦିଆଯାଉଥିବା ଏହି ସ୍କୁଲର ମାସକ ଫିସ ରହିଛି ୪୫୦୦ଡ଼ଲାର। ଏହାର ଫିସ ଏତିକି ଅଧିକ ରହିବା ପରେ ମଧ୍ୟ ଏଠାରେ ଆଡ଼ମିସନ ନେବା ପାଇଁ ପିଲାଙ୍କ ଭିଡ଼ ଦେଖିବା ଲାଇକ୍ ରହିଥାଏ। ଏହି ସ୍କୁଲର ନାମ ରହିଛି ଲଭ୍ ଏନର୍ଜି। ଏଠାରେ ଉଦ୍ଭୟ ଅନଲାଇନ୍ ଏବଂ ଅଫଲାଇନରେ କିପରି ମହିଳାଙ୍କୁ ଡ଼େଟ କରିବେ ତାହାର ଉପାୟ ଶିଖାଯାଇଥାଏ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ଯ ହେବେ ସ୍କୁଲରେ ଆଉମିସନ ନେଉଥିବା ବିଦ୍ଯାର୍ଥିଙ୍କ ବୟସ ସେହି ୨୩ରୁ ୬୦ବର୍ଷ ମଧ୍ୟରେ ରହିଥାଏ।

chaina school

କଣ ଶିଖାଯାଇଥାଏ ?

ପ୍ରଥମେ ଏଠାରେ ଡ଼େଡିଂ ଟ୍ରେନିଂ ପାଇଁ ଆସିଥିବା ପୁରୁଷ ମାନଙ୍କର ମେକଓଭର କରାଯିବା ସହ ତାଙ୍କର ଭଲ ଥିବା ଏକ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲାଯାଇଥାଏ। ଏଥିସହ ମହିଳାଙ୍କ ପଛରେ ହାତ ରଖି ତାଙ୍କୁ ଇପ୍ରେସ କରିବାର ଏକ ଜାପାନି ଉପାୟ ଶିଖାଯାଇଥାଏ। ତେବେ ଏହାକୁ ଶିଖାଇବା ପାଇଁ ଶିକ୍ଷକ ମାନେ କାନ୍ଥର ବ୍ଯବହାର କରିଥାନ୍ତି।

ଏଠାକାର ଗୁରୁଙ୍କ କହିବା ଅନୁଯାୟୀ , ସାଧାରଣ  ପୁରୁଷ ମାନେ ମହିଳାଙ୍କୁ ନିଜ ମନକଥା କହିବା ପାଇଁ ପଛଘୁଞ୍ଚା ଦେଇଥାନ୍ତି। କାରଣ ତାଙ୍କ ମନରେ ରିଜେକ୍ଟସନର ଭୟ ଲାଗିରହିଥାଏ। ଏଣୁ ଏହି ସ୍କୁଲରେ କିପରି ମହିଳାଙ୍କୁ ଖୁସିରେ କିପରି ରଖିବେ ତାହାର ବିଭିନ୍ନ ଉପାୟ କୁହାଯାଇଥାଏ। ତାଙ୍କର ସମସ୍ତ ଖୁସି ଏବଂ ଜିନିଷର ସଠିକ୍ ଧ୍ୟାନ କିପରି ରଖିବେ ତାହା ଶିଖାଯାଇଥାଏ।

chaina 2

ସେଠାରେ ଶିକ୍ଷକ ଭାବେ ଥିବା ଆଉ ଜଣେ ଶିକ୍ଷକଙ୍କ କହିବାନୁଯାୟୀ, ଲୋକଙ୍କୁ ପ୍ରେମ ବିଷୟରେ ଶିଖାଇବା କିଛି ସହଜ କଥା ନୁହଁ। ଖାଲି ତାହା ନୁହଁ ଏହି କାମକୁ ଭଲଭାବେ କରୀପାରୁଥିବା ଶିକ୍ଷକ ମିଳିବା ମଧ୍ୟ ବହୁତ କଷ୍ଠକର। ଏହି ସ୍କୁଲର ଟ୍ରେନିଂ ଆପର ଅନଲାଇନ ମଧ୍ୟ ନେଇପାରିବେ। ଏଥିପାଇଁ ଫିସ ରହିଛି ୩୦ ଡ଼ଲାର ରହିଛି। ଏଠାରେ ପ୍ରଫେସନାଲ ଭାବେ ପୁଅମାନଙ୍କୁ ମହିଳାଙ୍କୁ ନିଜର କରିବାର ଟ୍ରେନିଂ ଦିଆଯାଇଥାଏ।

Leave A Reply

Your email address will not be published.